ନୂଆଦିଲ୍ଲୀ– ଆଜି ସାରା ଦେଶରେ ଇଦ-ଉଲ-ଫିତର ପର୍ବ ପୂରା ଉତ୍ସାହ ଓ ଉଲ୍ଲାସର ସହ ପାଳନ ହୋଇଛି । ରାଜଧାନୀ ଦିଲ୍ଲୀରେ ମୁସଲମାନମାନେ ଐତିହାସିକ ଜାମା ମସଜିଦ ସମେତ ତମାମ ଇଦଗାହ ଓ ଛୋଟବଡ ମସଜିଦରେ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି ।
ଐତିହାସିକ ଜାମା ମସଜିଦରେ ଶାହୀ ଇମାମ ସଇଦ ଅହମଦ ବୁଖାରୀ ସର୍ବପ୍ରଥମେ ସକାଳ 6.30 ବେଳେ ଇଦ ନମାଜ ପାଠ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ଲୋକ ମସଜିଦରେ ନମାଜ ପାଠ କରିଥିଲେ। ନମାଜ ପାଠ ପାଇଁ ଜାମା ମସଜିଦର ଭିତରେ, ପାହାଚରେ, ଏପରିକି ତିନି ପାର୍ଶ୍ୱରେ ଥିବା ରାସ୍ତାରେ ଭିଡ ଜମିଥିଲା । ଏହି ଅବସରରେ ଶାହି ଇମାମ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଏବଂ ସମସ୍ତଙ୍କ ସହ ଇଦ୍ ପାଳନ କରିବାକୁ ନିବେଦନ କରିଥିଲେ ।