ମଂଡଳା– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ମଂଡଳାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିରୋଧୀ ମେଂଟର ଏକମାତ୍ର ଉଦ୍ଦେଶ୍ୟ ନିଜ ପରିଜନଙ୍କୁ ଆଗକୁ ବଢାଇବା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକମାତ୍ର ଲକ୍ଷ୍ୟ ଗରିବ, ଆଦିବାସୀ, ଦଳିତ, ପଛୁଆ ସମାଜକୁ ଆଗକୁ ବଢାଇବା । ମୋଦି ସରକାର ଗତ 10 ବର୍ଷରେ 25କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ବାହାର କରିବାର କାମ କରିଛନ୍ତି ।
ସେ କହିଛନ୍ତି ଯେ, କଂଗ୍ରେସ ଦୀର୍ଘ ସମୟ ଯାଏ ଦେଶରେ ଶାସନ କରିଛି, କିନ୍ତୁ ଜନଜାତିଙ୍କ କଲ୍ୟାଣ ପାଇଁ କିଛି କରିନାହିଁ । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଗରିବ ଆଦିବାସୀ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି । ମୋଦି କୋଟି କୋଟି ଗରିବଙ୍କ ଜୀବନକୁ ବିକାଶ ଦିଗରେ ବୃଦ୍ଧି କରିଛନ୍ତି, କିନ୍ତୁ ବିରୋଧୀ ମେଂଟ ନିଜ ପରିବାରକୁ ଆଗକୁ ବଢାଇଛନ୍ତି ।