
ବଲାଙ୍ଗିର ,ଚୈତ୍ର ମାସର ଆଜି ନବରାତ୍ରୀର ତୃତୀୟ ଦିନ, ବଲାଙ୍ଗିର ଦୁର୍ଗା ମନ୍ଦିର ଠାରେ ମା ଆଜି ଚନ୍ଦ୍ରଘଣ୍ଟା ରୂପରେ ମା”ଙ୍କୁ କରାଯାଉଛି ପୂଜାର୍ଚ୍ଚନା । ବିଶ୍ୱାସ ରହିଛି ଯେ ମାଆଙ୍କ ଘଣ୍ଟ ଧ୍ୱନିରେ ଦାନବ, ଦୈତ୍ୟ, ଅତ୍ୟାଚାରୀ ଭୟଭୀତ ହୋଇଥାନ୍ତି । ସିଂହ ବାହନରେ ବିରାଜମାନ କରନ୍ତି ମା”।ମା”ଙ୍କର ଏହି ରୂପରେ ମସ୍ତକରେ ଅର୍ଦ୍ଧଚତ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ନବରାତ୍ରୀର ତୃତୀୟ ଦିନରେ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ ଏବଂ ପୁଷ୍ପ ଅର୍ପଣ କରି ମାଆଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ । ଆଜିର ଦିନରେ ଦୁର୍ଗା ଚାଳିସା ପାଠ କରି ମାଆଙ୍କର ଆଳତୀ ମଧ୍ୟ କରାଯାଏ । ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ହୋଇଥାଏ। କୁହାଯାଏ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ , ଅର୍ଥର ଅଭାବ ରହିନଥାଏ । ଏଠାରେ ମନ୍ଦିର କମିଟି ପଖ୍ୟରୁ ସଜ ଶଯ୍ୟା କରି ନବଦିନ ବ୍ୟାପି ପୂଜା ଆରାଧନା ଚାଲି ରହିଛି। ପ୍ରତ୍ୟହ ମା ଙ୍କ ଦର୍ଶନ କରି ଭୋଗ ନେଇ ମା ଙ୍କ ଦର୍ଶନ କରି ନବରାତ୍ରି ପାଳନ କରୁଛନ୍ତି। ଏଠାରେ ଥିବା ଅନ୍ୟ ଦେବୀ ମନ୍ଦିର ମା ସମଲେଇସ୍ୱରି ଓ ପାତ୍ନେଶ୍ୱରି ମନ୍ଦିର ରେ ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହୁଛି।