
ଚମ୍ପୁଆ, ଗତକାଲି ଚମ୍ପୁଆର ହେବିୱେଟ ବିଜେଡି ନେତା କୁଶ ଆପଟଙ୍କୁ ନବୀନ ନିବାସକୁ ଡାକରା ହେବା ପରେ ନବୀନ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ତାଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚମ୍ପୁଆ ରାଜନୀତିରେ ହଇଚଇ ଆରମ୍ଭ ହୋଇ ଯାଇଛି । ବିଜେଡି ତାର ଚମ୍ପୁଆ ଆସନ ପାଇଁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଆଶା, ଆଶଙ୍କାରେ ରହିଛନ୍ତି ଭୋଟର ଓ ନେତା । ତେବେ ଚମ୍ପୁଆ ବିଜେଡି ଟିକଟ ପାଇଁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦୀ ସନାତନ ମହାକୁଡ଼, ବିଧାୟିକା ମିନାକ୍ଷୀ ମହାନ୍ତ ଓ ବିଜେଡି ନେତା କୁଶ ଆପଟ ପ୍ରମୁଖ ଦାବିଦାର କୁହା ଯାଉଥିବା ବେଳେ ଗତ କାଲି ହଠାତ କୁଶ ଆପଟଙ୍କ ନବୀନ ନିବାସ ଡାକରା ଓ ତାଙ୍କର ନବୀନଙ୍କ ସହିତ ଫୋଟ ଭାଇରାଲ ହେବା ପରେ ଏହା ଚମ୍ପୁଆରେ ଟିକଟ ଆକଳନ କୁ ନେଇ ଚର୍ଚ୍ଚା ଯୋର ଧରିଛି । ସୂଚନାଯୋଗ୍ୟ କି, ମଙ୍ଗଳବାର କୁଶଙ୍କୁ ନବୀନ ନିବାସ କୁ ଡାକରା ଆସିଥିବା ବେଳେ କୁଶ ଆପଟ ଭୁବନେଶ୍ୱର ଯାଇ ପ୍ରଥମେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦେଖା କରି ଆଲୋଚନା କରିବା ପରେ ୫ଟି ସଚିବ ଭି. କେ ପାଣ୍ଡିଆନ ଓ ପରେ ନବୀନ ପଟ୍ଟନାୟକଙ୍କୁ ଦେଖା କରିଥିଲେ । ତାଙ୍କର ସାକ୍ଷାତ ସମୟର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଏହା ଚମ୍ପୁଆ ରାଜନୀତିରେ ହଇଚଇ ସୃଷ୍ଟି କରିସାରିଛି ।ଏବେ ଏହାକୁ ନେଇ ଚମ୍ପୁଆ ରାଜନୀତି ସରଗରମ ହୋଇଛି ।