-
ବିକାଶ ପାଇଁ ଲଢୁଆ ବିଧାୟକ ଦରକାର -ନରସିଂହ
-
ପୂର୍ବତନ ବିଜେଡି କାଉନ୍ସିଲର ଉପେନ ଦୀପଙ୍କ କଂଗ୍ରେସରେ ଯୋଗଦାନ
ବଲାଙ୍ଗୀର , ଦୀର୍ଘ ୨୪ ବର୍ଷ ରାଜନୈତିକ ଅବହେଳା ପରେ ୨୦୧୪ ମସିହା ରେ ଆପଣ ମାନେ ବଏକ ଲଢୁଆ ଜନପ୍ରତିନିଧି ଭାବେ ନରସିଂହ ମିଶ୍ର ଙ୍କୁ ବାଛିଥିଲେ । ସେହି ସମୟ ରୁ ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ପ୍ରତ୍ୟେକ କ୍ଷେତ୍ର ରେ ବିକାଶ କରିଛି,ସେହି ୧୦ବର୍ଷ ର ପ୍ରକ୍ରିୟା କୁ ନିରନ୍ତର ଜାରି ରଖିବା ପାଇଁ ବଲାଙ୍ଗୀର ବାସୀ. ପୁଣି ଥରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀଙ୍କୁ ବହୁ ପରିମାଣ ରେ ଭୋଟ ଦେଇ ବିଜୟୀ କରାଇବେ ବୋଲି ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୩ ରେ ଅନୁଷ୍ଠିତ ନିର୍ବାଚନୀ ସଭା ରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟ ରେ କହିଛନ୍ତି । ଏଇ ଅବସରରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ରାଜନୀତି କଂଗ୍ରେସ ଦଳରୁ ଆରମ୍ଭ ହୋଇଛି, ଏହି ଦଳ ଦେଶକୁ ସ୍ୱାଧୀନତା ଦେଇଛି, ସମ୍ବିଧାନ ଦେଇଛି, ଏପରି ଏକ ଦଳ ଯିଏ ଲଢେଇ କରି ଅଞ୍ଚଳ କୁ ବିକାଶ ପହଂଚେଇଛି, ସେହି ଦଳରେ ଆପଣଙ୍କ ଅଞ୍ଚଳ ର ଲଢୁଆ ଯୁବ ନେତା ଉପେନ ଦୀପ ଆଜି ସାମିଲ ହୋଇଛନ୍ତି । ଦୀର୍ଘ ୨୪ ବର୍ଷ ର ରାଜତନ୍ତ୍ର ବିରୁଦ୍ଧରେ ଯାଇ ଉପେନ ଦୀପ କଂଗ୍ରେସ ର ୧୦ବର୍ଷ ର ବିକାଶ ପ୍ରକ୍ରିୟା କୁ ନିରନ୍ତର ଜାରି ରଖିବା ପାଈଁ ଆଜି ଶପଥ ନେଇଛନ୍ତି, ଆପଣ ମାନେ ମଧ୍ୟ ନିଶ୍ଚିତ ବଲାଙ୍ଗୀର ର ବିକାଶ ପାଇଁ ଏକତା ବଦ୍ଧ ହେବେ ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ ।
ସମାବେଶ ରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ସଶକ୍ତ, ଲଢୁଆ ବିଧାୟକ ନିର୍ବାଚିତ କଲେ ହିଁ ଅଞ୍ଚଳ ର ପୂର୍ଣ୍ଣାଙ୍ଗ ବିକାଶ ହୋଇଥାଏ ତେଣୁ ଆପଣ ମାନେ ନିଶ୍ଚିତ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଯିଏ କି ବିଧାନସଭା ରେ ଇ ଅଞ୍ଚଳ ର ୍ୱିକାଶ ପାଈଁ ଲଢେଇ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଆଣିପାରିବ ତାଙ୍କୁ ଭୋଟ ଦେଇ ବିଜୟୀ କରାଇବେ ।ନିଜ ବକ୍ତବ୍ୟ ରେ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ରାଜପରିବାର କୁ ୍ୱିକାଶ ବିରୋଧୀ ବୋଲି ଟାର୍ଗେଟ କରି୍ୱା ସହ ଏମାନେ ବଲାଙ୍ଗୀର କୁ ପଛୁଆ କରିବାର ଷଡଯନ୍ତ୍ରକାରୀ ବୋଲି ଆକ୍ଷେପ କରିଥିଲେ । କାରଣ ବିଜେଡି ରାଜନେତା ମାନଙ୍କ ଷଡଯନ୍ତ୍ର ଯୋଗୁଁ ବଲାଙ୍ଗୀର ରେ ହାଇକୋର୍ଟ ବେଞ୍ଚ, କୃଷି ବିଶ୍ୱ ବିଦ୍ୟାଳୟ, ତଥା କୌଣସି କୃଷି ଭିତ୍ତିକ ଶିଳ୍ପ ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ରେ ପ୍ରତିଷ୍ଠା ହୋଇ ପାରିଲା ନାହିଁ କ୍ଷଏଣୁ ଆପଣ ମାନେ ଏପରିବିକାଶ ବିରୋଧୀ ଙ୍କୁ ନିର୍ବାଚନ ରେ କଡା ଜବାବ ଦେବେ ଓ କଂଗ୍ରେସ କୁ ବିଜୟୀ କରିବେ ବୋଲି କହିଥିଲେ ।
ଆଜିର ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଉପେନ ଦୀପ, ଜ୍ୟୋତି ନାଗ, ରୁପେଶ ନାଗ,ସନ ନାଗ, ବରିଷ୍ଠ ନାଗରିକ ଅମୁଲ୍ୟ ଛତ୍ରିଆ, ଅନିଲ ନାୟକ, ଏ ଆଇ ସି ସି ପର୍ଯ୍ୟବେକ୍ଷକ ମଂଚାସୀନ ଥୁବା ବେଳେ ସଭାରେ ଅନେକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।