ଭୁବନେଶ୍ୱର, ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀ ମାନଙ୍କୁ ଟାଟ୍ଟୁ ମନା । ଏବେ ବାଟାଲିୟନର କୌଣସି ସିପାହୀ ଟାଟ୍ଟୁ କରିପାରିବେ ନାହିଁ । ଡିସିପି ( ସିକ୍ୟୁରିଟି ) ଏହି ନିର୍ଦେଶ ଜାରୀ କରିଛନ୍ତି ।
ଯେଉଁମାନେ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳା ଙ୍କୁ ପ୍ରଶୟ ଦିଆଯିବ ନାହିଁ ବୋଲି କୁହାଯାଇଛି ।