ଭୁବନେଶ୍ୱର, ନକ୍ସଲ ଓ ମାଓ ଦମନକୁ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସରେ ବସିଥିବା ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂ ଉପସ୍ଥିତ ଅଛନ୍ତି । ଏହା ସହ ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାର ମଧ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟ କିଛି ବରିଷ୍ଠ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଜଣା ପଡିଛି ।
ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପ ଓପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବା ଜଣା ପଡିଛି ।