ଭୁବନେଶ୍ୱର, ଆଗାମୀ ଦୁଇ – ତିନି ଦିନ ମଧ୍ୟରେ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ । ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆଗାମୀ 20 ତାରିଖ ପୂର୍ବରୁ ବାକି ସମସ୍ତ ପ୍ରାର୍ଥୀ ଙ୍କ ନାମ ଘୋଷଣା ହେବ । ସେ କହିଛନ୍ତି ଯେ, ଆଶାୟୀ ପ୍ରାଥୀ ଦଳୀୟ କାର୍ଯାଳୟ ରେ ଟିକେଟ ପାଇଁ ଦାବୀ କରିବା ନୂଆ କଥା ନୁହଁ । ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର ରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ।
ସେ କହିଛନ୍ତି ଯେ ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନା ନାହିଁ ସଂସଦୀୟ କମିଟି ନିଷ୍ପତି ନେବ ।
Related Stories
November 21, 2024
November 21, 2024