କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ଅସ୍ତବ୍ୟସ୍ତ ହେବାର ଆଶଙ୍କା ରହିଛି l ଏହାକୁ ନଜରରେ ରଖି ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ତରଫରୁ ଏକ ଜଳଦାନ ସେବା ଶିବିର ବଡ଼ଦାଣ୍ଡ ସ୍ଥିତ ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବରିଷ୍ଠ ଶିକ୍ଷାବିତ୍ ରମେଶଚନ୍ଦ୍ର ବଳିଆରସିଂ ଓ ବିଶେଷ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ସମର୍ଥା ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ଏହି ଶିବିରକୁ ଆସନ୍ତା ଏକ ମାସରୁ ଉର୍ଦ୍ଧ ସମୟ ଧରି ଜନସାଧାରଣଙ୍କୁ ସକାଳ ୯ଟା ଠାରୁ ଦିନ ୩.୩୦ ପର୍ଯ୍ୟନ୍ତ ସେବା ପ୍ରଦାନ କରିବ ବୋଲି ସୂଚନା ଦେଇଛନ୍ତି l ଏହି ଶିବିରରେ ବିଶେଷ କରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ମାନେ ସେବା ପ୍ରଦାନ କରି ସେମାନଙ୍କର ସେବା ମନୋଭାବକୁ ପ୍ରତିପାଦନ କରିବେ l ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲା ଗାଇଡ୍ ଉପସଭାପତି ପ୍ରଭାତୀ ମହାପାତ୍ର ଜିଲ୍ଲା ଗାଇଡ କମିଶନର ରୂପଶ୍ରୀ ଛୋଟରାୟ, ଜିଲ୍ଲା ସଚିବ ମହେନ୍ଦ୍ର କୁମାର ବିଶ୍ବାଳ, ଗାଇଡ ସାଙ୍ଗଠନିକ କମିଶନର ମିନାକ୍ଷୀ ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ଅମ୍ରିତା ସାହୁ, ଗାଇଡ ଟ୍ରେନିଂ କମିଶନର ମନୋରମା ଷଡଙ୍ଗୀ, ଗାଇଡ କ୍ୟାପଟେନ ସସ୍ମିତା ରାଉତରାୟ, ଗାଇଡ୍ କ୍ୟାପଟେନ ଭାଗ୍ୟଶ୍ରୀ ସେଠୀ, ଜିଲ୍ଲା ସାଂଗଠନିକ କମିଶନର ଦେବାଶିଷ ମିଶ୍ର, ରୋଭର୍ ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କବ ମାଷ୍ଟର ଶିବ ନାରାୟଣ ଭଟ୍ଟ, ଫ୍ଲକ୍ ଲିଡର ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସେବା ଶିବିରକୁ ସହରରେ ଥିବା ସମସ୍ତ ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ, କବ ମାଷ୍ଟର, ଫ୍ଲକ୍ ଲିଡର ଓ ରୋଭର ରେଞ୍ଜର ମାନେ ସେବା ପ୍ରଦାନ କରିବେ ବୋଲି ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ଜିଲ୍ଲା ସାଂଗଠନିକ କମିଶନର ଦେବାଶିଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି |
Related Stories
November 21, 2024
November 21, 2024