
କୁଶୀନଗର, ପ୍ରତିକୂଳ ପାଣିପାଗରେ ବି ନିର୍ବିଘ୍ନ ଏବଂ ସୁରକ୍ଷିତ ଭାବେ ବିମାନ ଉଡାଣ ପାଇଁ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଲାଗିବାକୁ ଥିବା ଆଇଏଲଏସର ଯନ୍ତ୍ରାଂଶ ମଙ୍ଗଳବାର ସକାଳେ ଋଷରୁ କୁଶୀନଗରରେ ପହଞ୍ଚିଛି ।
ଏୟାରପୋର୍ଟ ଅଧିକାରୀଙ୍କ ତଦାରଖରେ ଏହି ଯନ୍ତ୍ରାଂଶକୁ ସୁରକ୍ଷିତ ଭାବେ ଅନଲୋଡ କରାଯାଇଛି । ଆଇଏଲଏସକୁ ଇନଷ୍ଟଲ କରିବା ପାଇଁ ବିଶେଷଜ୍ଞ ଟିମ୍ ମଧ୍ୟ ଆସିଛନ୍ତି । ଇନଷ୍ଟଲ କରିବା ପାଇଁ ଚାରିମାସ ସମୟ ଲାଗିବ । ଇନଷ୍ଟଲେସନ ପରେ ଏୟାରପୋର୍ଟ ଅନ୍ତର୍ଜାତୀୟ ମାନକ ପୂରଣ କରିବ । ଏହାପରେ ନିୟମିତ ଘରୋଇ ଉଡାଣ ସହିତ ଅନ୍ତର୍ଜାତୀୟ ଉଡାଣରେ କୌଣସି ବାଧା ବୃଷ୍ଟି ହେବନାହିଁ ଏବଂ ଗ୍ରେଡିଂ ଅପଗ୍ରେଡ ହେବା ସହିତ ଏୟାରପୋର୍ଟ ଅନ୍ତର୍ଜାତୀୟ ମାନଚିତ୍ରରେ ଆସିବ ।