ନୂଆଦିଲ୍ଲୀ , ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ପିଲିଭିତ ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ରାଜ୍ୟର ଜନସାଧାରଣଙ୍କୁ ଉତ୍ତର ପ୍ରଦେଶର ପ୍ରତ୍ୟେକ ଆସନରେ ଏନଡିଏ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ,ପିଲିଭିତରୁ ବିଜେପି ପ୍ରାର୍ଥୀ ଜୀତିନ ପ୍ରସାଦ ଏବଂ ବରେଲୀରୁ ଲୋକସଭା ପ୍ରାର୍ଥୀ ଛତ୍ରପାଲ ସିଂହ ଗଙ୍ଗୱାରଙ୍କ ସମେତ ପାର୍ଟୀର ଅନେକ ବରିଷ୍ଠ ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁ ନବ ବର୍ଷ, ବୈଶାଖୀ, ଗୁ଼ଡି ପଡୱାର ଶୁଭକାମନା ଜଣାଇଥିଲେ । ଏହା ସହ ସେ ଜନସାଧାରଣଙ୍କୁ ଆହ୍ୱାନ କରି କହିଥିଲେ ଆଜି ସମ୍ପୂରଣ ଦେଶରେ ଗୋଟିଏ ନାରା ଗୁଂଜାୟମାନ ହେଉଛି – 04 ଜୁନରେ 400 ପାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଏନଡିଏକୁ ଚାରି ଶହରୁ ଅଧିକ ଆସନରେ ବିଜୟୀ କରାଇବାକୁ ଆହ୍ବାନ ଦେଇଥିଲେ । ସେ କହିଛନ୍ତି ଯେ ସମ୍ପୂର୍ଣ ଦେଶରେ କେବଳ ଅବକି ବାର ମୋଦୀ ସରକାର ଶୁଣିବାକୁ ମିଳୁଛି ଓ ଦେଶର ଶକ୍ତି ସ୍ୱରୂପା ମାତା ଓ ଭଗିନୀ ମାନେ ବିଜେପି ସରକାରକୁ ଆଶୀର୍ବାଦ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କର ଉଲ୍ଲେଖ କରି କହିଛନ୍ତି ଯେ ଲକ୍ଷ୍ୟ ଯେତେ କଠିନ ହେଉ ନା କାହିଁକି, ଭାରତ ଯଦି ଥରେ କରିବାକୁ ସ୍ଥିର କରି ନିଏ ତେବେ ସଫଳତା ହାସଲ କରି ରହିବ । ଆଜି ବିଜେପି ସରକାର ବିକଶିତ ଭାରତର ସଂକଳ୍ପ ଉପରେ କାମ କରୁଛି । ସମସ୍ତ ସମସ୍ୟା ମଧ୍ୟରେ ଭାରତ ଆଜି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରୁଛି । ଆଜି ଭାରତ ବିଶ୍ୱର ସବୁଠାରୁ କ୍ଷିପ୍ର ଗତିରେ ଅଗ୍ରସର ହେଉଥିବା ଆର୍ଥିକ ଶକ୍ତି ହୋଇ ସାରିଛି । ଭାରତର ଚନ୍ଦ୍ରଯାନ ଆଜି ଚନ୍ଦ୍ରରେ ତିରଙ୍ଗା ଲହରାଇଛି, ଯାହା ଦ୍ୱାରା ସମ୍ପୂର୍ଣ ଦେଶ ଗୌରବାନ୍ୱିତ ହୋଇଛି । ଭାରତରେ ଆୟୋଜିତ ହୋଇଥିବା ଜି-20 ସମ୍ମିଳନୀ ସମ୍ପୂର୍ଣ ବିଶ୍ୱରେ ପ୍ରଶଂସା ସାଉଁଟି ପାରିଛି ।
ଶ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀ ସରକାର ସଙ୍କଟ ସମୟରେ ଅନ୍ୟ ଦେଶରୁ ସହାୟତା ମାଗୁଥିଲେ, କିନ୍ତୁ କରୋନା କାଳରେ ଭାରତ ଅନ୍ୟ ଦେଶକୁ ଭ୍ୟାକ୍ସିନ ପଠାଇ ସହାୟତା କରିଛି । ବିଜେପି ସରକାର ଯୁଦ୍ଧଗ୍ରସ୍ତ ଅଂଚଳରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରି ଘରେ ପହଞ୍ଚାଇଛନ୍ତି । ବିଜେପି କାର୍ଯ୍ୟକାଳରେ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥ ସାହିବର ପବିତ୍ର ସ୍ୱରୂପକୁ ଭାରତକୁ ଫେରାଇ ଅଣାଯାଇଛି । ଆଜି ପୂରା ବିଶ୍ୱରେ ଭାରତର ଜୟଗାନ ହେଉଛି ଏବଂ ଏହା ଲୋକଙ୍କ ଗୋଟିଏ-ଗୋଟିଏ ଭୋଟ କାରଣରୁ ସମ୍ଭବ ହୋଇଛି । ଭାରତର ଏହି ନିର୍ଣ୍ଣାୟକ ଓ ସଶକ୍ତ ସରକାରର କାରଣ ହେଉଛି ଲୋକଙ୍କ ଗୋଟିଏ ଗୋଟିଏ ଭୋଟ ।
ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ବିକାଶର ନୂଆ ପରିଭାଷା ସ୍ଥାପିତ କରୁଛି । ବିଜେପି ସରକାର ଆଜି ନୂଆ ନୂଆ ରାଜପଥ, ଏକ୍ସପ୍ରେସ ୱେ ଓ ବିଶ୍ୱସ୍ତରୀୟ ରେଲୱେ ଷ୍ଟେସନ ନିର୍ମାଣ କରି ଭାରତକୁ ବିକାଶ ଅଭିମୁଖେ ଅଗ୍ରସର କରୁଛି । ସରକାରଙ୍କ ଏହି ସମସ୍ତ ସୁବିଧା କାରଣରୁ ଚାଷୀ ଓ ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । କଂଗ୍ରେସର ଶାସନ ସମୟରେ ବନ୍ଦ ହୋଇପଡିଥିବା ଉଦ୍ୟୋଗକୁ ପୁନଃ ଆରମ୍ଭ କରାଯିବ ଏବଂ ପିଲିଭିତର ଲୋକଙ୍କୁ ନୂଆ ଉର୍ଜା ମିଳିବ । ବିଜେପି ସରକାର ପିଲିଭିତ ଟାଇଗର ରିଜର୍ଭକୁ ବିଶ୍ୱକୁ ନେବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି, ଏଠାରେ ଇକୋ-ଟୁରିଜିମର ଏକ ନୂତନ ବ୍ୟବସ୍ଥା ସୃଷ୍ଟି ହେଉଛି ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ପିଲିଭିତ ଚାଷ ପାଇଁ ଏକ ଲେକପ୍ରିୟ କ୍ଷେତ୍ର ଅଟେ । 10 ବର୍ଷ ପୂର୍ବରୁ ଏଠାରେ ୟୁରିଆର କଳାବଜାରି କରାଯାଉଥିଲା ଏବଂ ଚାଷୀଙ୍କ ସ୍ଥିତି ଦୟନୀୟ ଥିଲା । କିନ୍ତୁ ଆଜି ବିଜେପି ସରକାର ଉଚିତ ମୂଲ୍ୟରେ ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଉଛି । ରାଜ୍ୟରେ ଚାଷୀଙ୍କୁ କିଷାନ ସମ୍ମାନ ନିଧି ଅନ୍ତର୍ଗତ 70ହଜାର କୋଟି ଟଙ୍କା ପଠାଯାଇଛି, ଯାହାଦ୍ୱାରା ପ୍ରାୟ 8.5 କୋଟି ଟଙ୍କା ପିଲିଭିତର ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ।
ଶ୍ରୀ ମୋଦି କଂଗ୍ରେସ ଓ ସପା ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀ ଶାସନକାଳରେ ଚାଷୀମାନଙ୍କୁ ସେମାନଙ୍କ ନିଜ ପଇସା ପାଇଁ ନିର୍ଭରଶୀଳ ହେବାକୁ ପଡୁଥିଲା । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆଖୁ ଚାଷୀଙ୍କ ଚିନ୍ତା ଦୂର କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଛି ଏବଂ ଅନେକ ଚିନି କଳ ସ୍ଥାପନା କରାଯାଇଛି । ଦେଶରେ ଇଥୋନେଲକୁ ନେଇ ଚାଲିଥିବା ଅଭିଯାନ ପିଲିଭିତର ଚାଷୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଦୁନିଆର ସବୁଠୁ ବଡ ଯୋଜନା ଅନ୍ତର୍ଗତ ଦେଶରେ ଲକ୍ଷଲକ୍ଷ ନୂଆ ଗୋଦାମ ନିର୍ମାଣ କରାଯାଉଛି, ଏବଂ ଆଗାମୀ ଭବିଷ୍ୟତରେ ଏହା ଚାଷୀଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ହେବ । ଆଗାମୀ 5ବର୍ଷରେ ଭାରତର ଯୁବକ ଡ୍ରୋନ ନିର୍ମାଣ କରିବେ ଏବଂ ଗାଁର ମାଆ-ଭଉଣୀ ଡ୍ରୋନ ପାଇଲଟ୍ ହେବେ । ମୋଦିଙ୍କ ଗ୍ୟାରେଂଟି ଯେ, ତିନି କୋଟି ମହିଳା ଲକ୍ଷପତି ଦିଦି ହେବେ । ବିଜେପି ସରକାର ଦେଶରେ ପକ୍କା ଘର ଓ ପ୍ରତି ଘରେ ନଳ ଯୋଗେ ଜଳ ପ୍ରତି ପରିବାର ନିକଟରେ ଶୀଘ୍ର ପହଂଚଚିବା ପାଇଁ ସଂକଳ୍ବବଦ୍ଧ ଅଟେ । ଦେଶରେ ମୋଦି ଗ୍ୟାରେଂଟିର ଅର୍ଥ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଆଜି ନବରାତ୍ରୀ ଓ ଶକ୍ତି ସ୍ୱରୂପାଙ୍କ ପୂଜାର ପ୍ରଥମ ଦିନ , ଏହା ବୁଝିବା ଜରୁରୀ ଯେ ଇଣ୍ଡି ମେଣ୍ଟ ର ଦଳମାନେ ଶକ୍ତିକୁ ଶେଷ କରିବାକୁ ଶପଥ ନେଇଛନ୍ତି । ଆଜି ଦେଶ ସାରା ଯେଉଁ ଶକ୍ତିଙ୍କର ପୂଜା ହେଉଛି ସେହି ଶକ୍ତିକୁ କଂଗ୍ରେସ ଘୋର ଅପମାନ କରିଛି । ଯେଉଁ ଶକ୍ତି ଆଗରେ ସାରା ଦେଶ ମୁଣ୍ଡ ନୁଆଁଉଛି , କଂଗ୍ରେସ ନେତା ସେହି ଶକ୍ତିକୁ ଶେଷ କରିବାର କଥା କହୁଛନ୍ତି । ଶକ୍ତିଙ୍କର ଉପାସକ ଇଣ୍ଡି ମେଂଟକୁ ଏହି ଅପମାନ ପାଇଁ କ୍ଷମା କରିବ ନାହିଁ । ସପା ଓ କଂଗ୍ରେସର ଇଣ୍ଡି ମେଣ୍ଟ କୁ ଭାରତର ଐତିହ୍ୟର କୌଣସି ଚିନ୍ତା ନାହିଁ । ଅଯୋଧ୍ୟାରେ ୫୦୦ ବର୍ଷର ପ୍ରତୀକ୍ଷା ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀ ଶ୍ରୀ କଲ୍ୟାଣ ସିଂହ ରାମ ମନ୍ଦିର ପାଇଁ ନିଜ ସରକାର ଓ ନିଜ ଜୀବନ ସମର୍ପିତ କରିଦେଲେ, କିନ୍ତୁ ଏହି ଇଣ୍ଡି ମେଣ୍ଟର ଦଳମାନଙ୍କୁ ରାମ ମନ୍ଦିର ପ୍ରତି ସେବେଳେ ବି ଘୃଣା ଥିଲା ଓ ଏବେ ବି ଘୃଣା ଅଛି । ଇଣ୍ଡି ମେଣ୍ଟର ନେତାମାନେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ବର୍ଜନ କରି ପ୍ରଭୂ ଶ୍ରୀ ରାମଙ୍କ ଅପମାନ କରିଛନ୍ତି । ଏହି ନେତାମାନଙ୍କ ମନରେ ଏତେ ବିଷ ଭରି ହୋଇ ରହିଛି ଯେ ଏମାନଙ୍କ ଦଳଗୁଡିକରୁ ଯେଉଁ ଲୋକ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଲେ ଓ ରାମ ମନ୍ଦିରକୁ ସମର୍ଥନ କଲେ , ସେମାନଙ୍କୁ ଦଳରୁ ନିଷ୍କାସିତ କରାଗଲା । ଏମାନେ କିଭଳି ନେତା ଯେଉଁମାନେ ରାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ଦଳରୁ ବାହାର କରିଦେଲେ । କଂଗ୍ରେସ ତୁଷ୍ଟିକରଣର କାଦୁଅରେ ଏତେ ଫସି ଯାଇଛି ଯେ ସେଥିରୁ କେବେ ବି ବାହାରି ପାରିବ ନାହିଁ । କଂଗ୍ରେସର ଘୋଷଣାପତ୍ରରେ ମୁସଲିମ ଲିଗ୍ ର ଛାପ ଦେଖଯାଉଛି । ତୁଷ୍ଟିକରଣ ରାଜନୀତି କାରଣରୁ ହିଁ କଂଗ୍ରେସ ଓ ସପା ସହିତ ପୁରା ଇଣ୍ଡି ମେଣ୍ଟ ସିଏଏକୁ ମଧ୍ୟ ବିରୋଧ କରୁଛି । ସିଏଏ ମାଧ୍ୟମରେ ପଡୋଶୀ ଦେଶରୁ ଅତ୍ୟାଚାର ଓ ଧାର୍ମିକ ପ୍ରତାରଣା କାରଣରୁ ଦେଶକୁ ଆସିଥିବା ହିନ୍ଦୁ ଏବଂ ଶିଖ ଶରଣାର୍ଥୀମାନଙ୍କୁ ସବୁଦିନ ପାଇଁ ଭାରତର ନାଗରିକତା ଦେଇ ଗର୍ବର ସହ ବଂଚିବାର ଅଧିକାର ଦିଆଯିବ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଆଜି ଯେଉଁ କଂଗ୍ରେସ ସହିତ ଛିଡା ହୋଇଛି, ସେହି କଂଗ୍ରେସ ୧୯୮୪ରେ ଦଙ୍ଗା ବଢାଇ ଶିଖମାନଙ୍କ ନରସଂହାର କରାଇଥିଲା । କିନ୍ତୁ ଭାଜପା ଶିଖ ସମ୍ପ୍ରଦାୟ ସହ ପୁରା ଶକ୍ତି ସହ ଛିଡା ହୋଇଛି । ଭାଜପା ସରକାର କରତାରପୁର କରିଡର ଖୋଲିଛନ୍ତି । ଆଜି କରତାରପୁର ସାହବ କରିଡର ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୂଜା କରିବାକୁ ଯାଉଛନ୍ତି ଓ ଏହା କେବଳ ଭାଜପା ସରକାରରେ ହିଁ ସମ୍ଭବ ହୋଇପାରିଛି । ଭାଜପା ସରକାର ଲଙ୍ଗରର ସାମଗ୍ରୀ ଉପରୁ ଜିଏସଟି ହଟାଇଛନ୍ତି । ଭାଜପା ବୀର ବାଲ୍ ଦିବସ ପାଳନ କରି ସାହିଜ୍ୟାଦୋଙ୍କ ଶୌର୍ଯ୍ୟକୁ ସମ୍ମାନ ଦେଇଛି । ଭାଜପା ସରକାର ଗୁରୁ ନାନକ ଦେବଜୀଙ୍କ ୫୫୦ତମ ପ୍ରକାଶ ପର୍ବ, ଗୁରୁ ତେଗ ବାହାଦୂରଜୀଙ୍କ ୪୦୦ତମ ପ୍ରକାଶ ପର୍ବ ଓ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ ତମ ପ୍ରକାଶ ପର୍ବ ସହିତ ଶିଖ୍ ମାନଙ୍କ ସମସ୍ତ ପର୍ବ ଦେଶ-ବିଦେଶରେ ଧୁମଧାମରେ ପାଳନ କରୁଛି । କଂଗ୍ରେସ ଓ ଇଣ୍ଡି ମେଂଟକୁ ଦେଶର ମହାନ ବିଭୂତିମାନଙ୍କର ଅପମାନ କରିବାର ସଂକାଚ ମଧ୍ୟ ହେଉନାହିଁ । କଂଗ୍ରେସ ଓ ସପାର ନେତାଙ୍କ ପାଖରେ ବିଦେଶରେ ଛୁଟି କାଟିବାକୁ ସମୟ ତ ଅଛି କିନ୍ତୁ ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତି ନିକଟକୁ ଯିବାକୁ ସମୟ ନାହିଁ । ସେମାନେ ତାଙ୍କର ବହିଷ୍କାର କରୁଛନ୍ତି । ଭାରତକୁ ଭାଗ ଭାଗ କରିବା ଷଡଯନ୍ତ୍ରରେ ଲାଗିଥିବା ଇଣ୍ଡି ମେଣ୍ଟ ଠାରୁ ଆଉ କିଛି ଆଶା କରାଯାଇନପାରେ । ଆଜି ଭାରତୀୟ ଜନତା ପାର୍ଟି ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ଆଉ ଥରେ ପୁଣି ଜନତାଙ୍କ ଆଶୀର୍ବାଦ ମାଗୁଛି । ଜନତାଙ୍କ ଅପାର ସମର୍ଥନ ଭାରତୀୟ ଜନତା ପାର୍ଟିକୁ ପିଲିଭିତ ସମେତ ସମ୍ପୂର୍ଣ୍ଣ ଭାରତରେ ବିଜୟୀ କରାଇବ ।