ଭୁବନେଶ୍ୱର– ପୁଣି ଖଟିଆରେ ବୁହାହେଲେ ରୋଗୀ । ସମ୍ବଲପୁର ରେଢାଖୋଲ ନିର୍ଵାଚନ ମଣ୍ତଳିରୁ ପୁଣି ରୋଗୀଙ୍କୁ ଖଟିଆରେ ବୁହା ହେବାର ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ୨ କିଲୋମିଟର ଯାଏ ରୋଗୀକୁ ଖଟିଆରେ ବୋହି ନେଲେ ଗ୍ରାମବାସୀ ।
ସୂଚନାନୁଯାୟୀ, ଯୁଯୁମୁରା ବ୍ଲକ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁର ସୁମିତ୍ରା ପାରେଖ ଅସୁସ୍ଥ ହୋଇଥିଲେ । ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁରୁ ୨ କିଲୋମିଟର ଦୂରରେ ଥିବା କୁସୁମଟିକ୍ରା ନିକଟରେ ନାଳରେ ପୋଲ ଓ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଚି ପାରିନଥିଲା । ତେଣୁ ପରିବାର ଓ ଗାଁ ଲୋକ ବାଧ୍ୟ ହୋଇ ପ୍ରାୟ ୨ କିଲୋମିଟର ରାସ୍ତା ରୋଗୀଙ୍କୁ ବୋହିନେଇଥିଲେ ।