
ଚମ୍ପୁଆ– କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ବଡନଈ ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି। ଖବର ଅନୁସାରେ, ଚମ୍ପୁଆ ବ୍ଲକ, ବଡନଈ ପଞ୍ଚାୟତ ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ ନାଏକ ନାମକ ଯୁବକ ତାର ଅନ୍ୟ ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲା। ତେବେ ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲା। ପୋଖରୀ ଖାଲ ଥିବାରୁ ସେଠାରେ ବୁଡିଯାଇଥିଲା । ସେ ପାଣିରେ ବୁଡି ଯାଉଥିବା ଦେଖି ଅନ୍ୟ ସାଙ୍ଗ ମାନେ ତାକୁ ପାଣି ଉପରକୁ ଉଠାଇ ଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।