ଗଞ୍ଜାମ, ଗଞ୍ଜାମ ଜିଲାର ଇଷ୍ଟଦେବୀ ମା ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ତୃତୀୟ ପାଳି ଯାତ୍ରା ଆଜି ଅନୁଷ୍ଠିତ ହେଉଛି । ଗତକାଲି ରାତିରୁ ଓ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସପରିବାରେ ଆସି ମା ଙ୍କ ପୀଠରେ ସମବେତ ହୋଇଛନ୍ତି । ଗତ ମଧ୍ୟ ରାତ୍ର ପରେ ମନ୍ଦିର ଦ୍ଵାରଫିଟା, ମଙ୍ଗଳ ଆରତୀ, ଶୃଙ୍ଗାର, ବେଶ, ପୂଜାର୍ଚ୍ଚନା ପରେ ଶଦ୍ଧାଳୁ ମାନେ ଧାଡ଼ିରେ ଶୃଙ୍ଖଳାତାର ସହ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରୁଛନ୍ତି । ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରାଯାଇ ସେମାନଙ୍କ ମଙ୍ଗଳ ମନାସି ପ୍ରଥମ କେଶ ମା ଙ୍କୁ ସମର୍ପଣ କରିବା ସହ ସପରିବାର ଭୋଜିଭାତର ଆସର ଜମାଇଛନ୍ତି ।
ଏହି ଅବସରରେ କୁମାରୀ ପାହାଡ଼ ପାଦଦେଶରେ ଶହ ଶହ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଖୋଲିଛି । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।