କନ୍ଧମାଳ, କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦେଶ କ୍ରମେ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଗତକାଲି ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍-ତଥା- ଅଧ୍ୟକ୍ଷ , ଜିଲ୍ଲା ଆଇନସେବା ପ୍ରାଧିକରଣ ମିଶ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୋହର୍ ମହମ୍ମଦ୍ ବନାମ ଉରପ୍ରଦେଶ ସଡ଼କ ପରିବହନ ନିଗମ କେସ୍ ବିଷୟରେ ସମସ୍ତଙ୍କ ସହ ଆଲୋଚନା କରିବା ସହିତ ଏହାର ସଫଳ ରୂପାୟନ କରିବା ଦିଗରେ ଦିଗଦର୍ଶନ ଦେଇଥିଲେ । ରେଜିଷ୍ଟ୍ରାର୍ , ସିଭିଲ୍ କୋର୍ଟ ତଥା ବାଳ ଅପରାଧ ସମ୍ବନ୍ଧୀୟ ବିଚାରପତି, ବାଳ ସମ୍ଭାନ୍ଧିତ ନ୍ୟାୟ ସମିତି, ଫୁଲବାଣୀ ଶ୍ରୀମତୀ ନୀତିଶା ଚନ୍ଦକ୍ ସ୍ଵତନ୍ତ୍ର ନାବାଳକ ପୋଲିସ ୟୁନିଟ ର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଗୋହର୍ ମହମ୍ମଦ୍ ବନାମ ଉରପ୍ରଦେଶ ସଡ଼କ ପରିବହନ ନିଗମ କେସ୍ ରେ ରହିଥିବା ନିର୍ଦ୍ଦେଶାବଳୀକୁ କିପରି ପ୍ରତି ଥାନା ସ୍ତରରେ ସଫଳ ରୂପେ କାର୍ଯ୍ୟକାରୀ କରିହେବ ଉପ-ଆରକ୍ଷୀ ଅଧୀକ୍ଷକ କମଳା କାନ୍ତ ପଣ୍ଡା ତା”ଉପରେ ଆଲୋଚନା କରିଥିଲେ । ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କେସ୍ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରକୁ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶୀଲା ରୟ ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସୁଶ୍ରୀ ସୌମ୍ୟା ଶୁଭଦର୍ଶିନି, ଏସ୍.ଡି.ଜେ.ଏମ୍. ଶ୍ରୀ ଅରିଜିତ୍ ଦାସ, ଜେ.ଏମ୍.ଏଫ୍ .ସି. ସୁଶ୍ରୀ ସ୍ଵାଗତିକା ସ୍ଵାଇଁ, ସଭାପତି, ବାର୍ ଆସୋସିଏସନ୍ ନିରୋଦ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍ ପ୍ରମୁଖ ଉପସ୍ଥିତ ଥିଲେ ।