ଜୟପୁର, ସରକାରୀ ଉଚ୍ଚ ବିଦ୍ୟାଳୟ,ଏକମ୍ବାରେ ପ୍ରବେଶ ଉତ୍ସବ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଉକ୍ତ ସଭାର ସଭାପତି ଶ୍ରୀମତୀ ଡ଼ଃ. ଜ୍ୟୋତ୍ସ୍ନା ମିଶ୍ରଙ୍କ ତତ୍ଵାବଧାନତରେ ଏହି ଉତ୍ସବଟି ପାଳନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏକମ୍ବା ପଞ୍ଚାୟତର ଜଣେ ଜଣାଶୁଣା ସମାଜସେବୀ ରାମନାଥ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଏକମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କେ.ଗୋପାଳ, ଏସ.ଏମ.ଡ଼ି.ସି. କମିଟିର ସଭ୍ୟ ଲଇଚନ ହରିଜନ, ମୋ ସ୍କୁଲ ଅଭିଯାନର ଆଲୁମିନୀ ସଭାପତି ସଞ୍ଜୟ ସ୍ଵାର, ଘାସୀରାମ ହରିଜନ, ଲଇଚନ ହରିଜନ ଓ ଅନ୍ୟାନ୍ୟ ଆଲୁମିନିମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ସର୍ବପ୍ରଥମେ ଅତିଥିମାନଙ୍କ ଦ୍ଵାରା ବିଘ୍ନବିନାଶନ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଠାରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରାଯାଇଥିଲା। ବିଦ୍ୟାଳୟର ସଂସ୍କୃତ ପଣ୍ଡିତ ମନୋଜ କୁମାର ମିଶ୍ର ବେଦ ପାଠ କରିଥିଲେ। ପ୍ରବେଶ ଉତ୍ସବରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରକାରର ଝୋଟି, ଫୁଲ, କଳସ ଇତ୍ୟାଦି ଦ୍ଵାରା ନୂତନ ଭାବରେ ବିଦ୍ୟାଳୟର ନବମ ଶେଣୀରେ ନାମ ଲେଖାଇ ଥିବା ତଥା ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଫାଟକ ପାଖରେ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ସ୍ଵାଗତ କରି ବିଦ୍ୟାଳୟର ଶ୍ରେଣୀଗୃହକୁ ପାଛୋଟି ନେଇ ଅତିଥିମାନଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା। ତାପରେ ସଭାପତିଙ୍କ ଦ୍ଵାରା ସଭା ପରିଚାଳନା ହୋଇଥିଲା। ସଭାପତି, ଶିକ୍ଷକଶିକ୍ଷିକାମାନେ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୂତନ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଭାଷଣ ତଥା ଦିବସର ମହତ୍ଵ ବିଷୟରେ ଅଭିଭାଷଣ ରଖିଥିଲେ । ତାପରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିବାରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ – ବି. ନଳୀନ କୁମାର, ଉମାରାଣୀ ସାହୁ, ରାଜଲକ୍ଷ୍ମୀ ପ୍ରିୟା ସାମନ୍ତରାୟ, ବୃନ୍ଦାବତୀ ଖରା, ଶୁଭଙ୍କର ଦାଶ ଓ କନିଷ୍ଠ ସହକାରୀ ଶ୍ରୀଯୁକ୍ତ ବାଳଗୋପାଳ ମିଶ୍ର ଇତ୍ୟାଦି ବିଶେଷ ଭାବରେ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ ନୂତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ନୀତିନିୟମ ବିଷୟରେ ଉଲ୍ଲେଖ କରି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ ହୋଇଥିଲା ।