କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବଡଦାଣ୍ଡ ” ଅନ୍ନପୂର୍ଣ୍ଣା ଥିଏଟର ହଲ ” ଠାରେ ରାଜ୍ଯ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶାଙ୍କ ୪ର୍ଥ ବାର୍ଷିକ ବ୍ରାହ୍ମଣ ସମ୍ମିନୀ ଅନୁଷ୍ଠିତ ହୋଇଛି। ଓଡିଶାର ଅନ୍ୟୁନ ୨୦ ଟି ଜିଲ୍ଲାର ବ୍ରାହ୍ମଣ ପଣ୍ଡିତ ଉପସ୍ଥିତ ହୋଇ ସନାତନ ଧର୍ମ ଓ ବେଦବିଜ୍ଞାନ ସମନ୍ଧିତ ସାରଗର୍ଭକ ଆଲୋଚନା କରିଥିଲେ। ଜିଲ୍ଲାର ବଛାବଛା ସୁନାମଧନ୍ଯ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି। ମହାସଂଘ ଦ୍ବାରା ପରିଚାଳିତ ବେଦାଙ୍ଗ ପାଠଶାଳାର ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଛି। ସମ୍ମିଳନୀରେ ମହାସଂଘ ର ସଭାପତି ପଣ୍ଡିତ ସନ୍ତୋଷ ମିଶ୍ର ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ପଣ୍ଡିତ ପ୍ରେମାନନ୍ଦ ସେନାପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୂଖ୍ଯ ଅତିଥି ଡ: ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ପ୍ରଫେସର ପ୍ରମୋଦ କୁମାର ଆଚାର୍ଯ୍ଯ ଙ୍କ ସହିତ ଅନ୍ଯତମ ଅତିଥି ପଣ୍ଡିତ ଅନ୍ତର୍ଯ୍ୟାମି ମହାପାତ୍ର, ପଣ୍ଡିତ ଗୋପାଳ ଚନ୍ଦ୍ର ଦାଶ, ପଣ୍ଡିତ ବିନୋଦ ସେନାପତି , ସଭାରେ ଉପସ୍ଥିତ ହୋଇ ଉତ୍ସାହିତ କରିଥିଲେ। ପଣ୍ଡିତ ମନୋରଞ୍ଜନ ନାୟକ ( ଢେଙ୍କାନାଳ) ଓ ପଣ୍ଡିତ ରଙ୍ଗାଧର ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ସଭା କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିବା ନିମନ୍ତେ ଶ୍ରୀ ସନ୍ତୋଷ ମହାପାତ୍ର, ଶ୍ରୀ ତାପସ କୁମାର ମହାପାତ୍ର, ଶ୍ରୀ ପବିତ୍ରମୋହନ ନାୟକ, ଶ୍ରୀ ପ୍ରଭୁପ୍ରସାଦ ନାୟକ ସମସ୍ତ ଦାୟିତ୍ବ ତୁଲାଇ ଥିଲେ ।
Related Stories
November 21, 2024
November 21, 2024