ଭୁବନେଶ୍ୱର– ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ।ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ମହିମା ଧର୍ମର ଏକନିଷ୍ଠ ସାଧକ, ପ୍ରଚାରକ ତଥା ମହାନ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲି । ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଥିବା ଭୀମ ଭୋଇ ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ । ମହିମା ଧର୍ମର ଅଦ୍ୱିତୀୟ ପ୍ରବକ୍ତା ଓ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ବିଚାର-ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ, ସବକା ବିକାଶ,ସବକା ବିଶ୍ୱାସ ଓ ସବକା ପ୍ରୟାସ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ।
Related Stories
November 21, 2024
November 21, 2024