ଭବାନୀପାଟଣା, ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରୁ ୨ ଜଣ ବିଚାରାଧିନ କଏଦୀ ଚମ୍ପଟ୍ ମାରିଛନ୍ତି । ଦୁଇ କଏଦୀ ଫେରାର୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜେଲ୍ ସୁପରିଟେଣ୍ଡେଂଟ । ଜଣେ କଏଦୀଙ୍କ ନାମ ସିକନ୍ଦର ଜାଲ୍ ଏବଂ ଅନ୍ୟ ଜଣକ ନାମ ନୀଳମଣି ମାଝି । ଫେରାର୍ ୨ କଏଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର ହୋଇଥିବା ବେଳେ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର । ଏମାନେ ପୋକସୋ ଆକ୍ଟରେ ଅଭିଯୁକ୍ତ ହୋଇ ବିଚାରାଧିନ ବନ୍ଦୀ ଭାବେ ଜେଲ୍ ରେ ଥିଲେ । ଘଟଣା ପରେ ତନାଘନା ଆରମ୍ଭ କରିଛି ପୋଲିସ ।
Related Stories
November 21, 2024
November 21, 2024