କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ଷ୍ଟେଟ୍ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପରିଚାଳକଙ୍କ ଦ୍ୱାରା ୫ ଲକ୍ଷ ଟଙ୍କା ହଡପ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ମହାସଂଘର ମହିଳାମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ମହାସଂଘର ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିବାସହ ଗ୍ରାହକ ସେବାକେନ୍ଦ୍ରର ପରିଚାଳକ ଏହି ଟଙ୍କା ହଡପ କରି ଫେରାର୍ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ମହାକାଳପଡା ବ୍ଲକର ଖୁରୁସିଆ, ଖୁରୁସିଆ ପାଟ, ରାୟପୁରର ମହିଳାମାନଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା । ମହାସଂଘ ଜରିଆରେ ମିଶନ୍ ଶକ୍ତି ପ୍ରକଳ୍ପ ମାଧ୍ୟମରେ ଓଡିଶା ଜିବିକା ମିଶନ୍ରୁ ଋଣ ଆଣି ଏହି ମହାସଂଘର ସଦସ୍ୟମାନେ ଅଣୁଉଦ୍ୟୋଗ ମାଧ୍ୟମରେ ଆୟକାରୀ ପ୍ରକଳ୍ପ ସ୍ଥାପନା କରିଥିଲେ । ଆର୍ଥିକ କାରବାରର ସହାୟତା ପାଇଁ ତିଖିରିି ଶାଖା ଷ୍ଟେଟବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଖୁରୁସିଆରେ ଥିବା ଶାଖାରେ ଜମାଖାତା ଖୋଲି ଟଙ୍କା ଜମା ରଖିଥିଲେ । ପ୍ରତ୍ୟେକ ମାସ ମହାସଂଘରୁ କରିଥିବା ଋଣକୁ ସୁଝିବା ପାଇଁ କିସ୍ତି ଆକାରରେ ଟଙ୍କା ଜମା କରାଯାଉଥିଲା । ପରିଚାଳକ ଏଏସ୍ ଅମୁଲ୍ୟ ଆବ୍ରାହିମ୍ ଜେନା କେତେକ ଜମା ଟଙ୍କାର ରସିଦ୍ ନ ଦେଇ ୨୫ ଟି ଗୋଷ୍ଟୀର ପ୍ରାୟ ୫ ଲକ୍ଷ ଟଙ୍କା ଉଠାଇ ନେଇ ଫେରାର୍ ହୋଇଯାଇଥିବା ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରରେ କପିଳେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ଚିନ୍ମୟୀ ମହାପାତ୍ର, ସଭାପତି ରଶ୍ମିରେଖା ମହାପାତ୍ର, ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠିର ସଂପାଦିକା ଭାରତୀ ସାମଲ, ସଭାନେତ୍ରୀ ଉଷାମଣୀ ମହାପାତ୍ର,ସିଦେ୍ଧଶ୍ୱରୀ ସ୍ୱୟଂ ସହାୟକା ଦଳ ବାସନ୍ତୀ ବେହେରା, ସଂପାଦିକା ତୁଳସୀ ଓଝା ପ୍ରମୁଖ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି ।

Related Stories
November 22, 2024