ନୂଆଦିଲ୍ଲୀ, ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ କେବଳ 20ଦିନ ଅବଧିରେ ସୁବିଧା ପ୍ଲାଟଫର୍ମରେ ରାଜନୈତିକ ଦଳ ଓ ପ୍ରାର୍ଥଙ୍କ ପକ୍ଷରୁ ଅନୁମତି ସମ୍ପର୍କିତ 73,379 ଅନୁରୋଧ ମିଳିଛି । ଏଥିରୁ 44,626 ଅନୁରୋଧ ଗ୍ରହଣ କରାଯାଇଛି । ପ୍ରାୟ 11,200 ଅନୁରୋଧକୁ ଅସ୍ୱୀକାର କରାଯାଇଛି । ଏଥିରୁ 10,819 ଆବେଦନ ଅମାନ୍ୟ ତଥା ନକଲି ହେବା କାରଣରୁ ରଦ୍ଦ କରିଦିଆଯାଇଛି ।
ନିର୍ବାଚନ ଆୟୋଗ ଅନୁସାରେ ଅଧିକ ଅନୁରୋଧ ତାମିଲନାଡୁ(23,239)ରୁ ମିଳିଛି । ଏହାପରେ ପଶ୍ଚିମବଙ୍ଗ (11,976) ଓ ମଧ୍ୟପ୍ରଦେଶ (10,636)ର ସ୍ଥାନ ରହିଛି ।
ଏଠାରେ ସୂଚନାଯୋଗ୍ୟ, ସୁବିଧା ପୋର୍ଟାଲ ଇସିଆଇ ଦ୍ୱାରା ବିକଶିତ ଏକ ଟେକ୍ନିକାଲ ସମାଧାନ ଅଟେ । ଯାହାର ଉଦ୍ଦେଶ୍ୟ, ସ୍ୱତନ୍ତ୍ର, ନିରପେକ୍ଷ ଓ ପାରଦର୍ଶୀ ଭାବେ ନିର୍ବାଚନ କରିବା ସମ୍ପର୍କିତ ଗଣତାନ୍ତ୍ରିକ ସିଦ୍ଧାନ୍ତକୁ କାଏମ ରଖିବା ପାଇଁ ସମାନ ଅବସର ସୁନିଶ୍ଚିତ କରିବା ଅଟେ ।