ବାରଣାସୀ– ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ଫେସବୁକ ପେଜ ଶନିବାର ସାଇବର ମାଫିଆମାନେ ହ୍ୟାକ କରିଛନ୍ତି । ପ୍ରାୟ ଅଧଘଂଟା ପର୍ଯ୍ୟନ୍ତ ପେଜକୁ ହ୍ୟାକ କରିବା ପରେ ଅଶ୍ଲୀଳ ଫଟୋ ପୋଷ୍ଟ କରାଯାଇଥିଲା । ସେତେବେଳେ ଯାଇ ପେଜ ହ୍ୟାକ୍ ହୋଇଥିବା ନେଇ ଟ୍ରଷ୍ଟକୁ ସୂଚନା ମିଳିଥିଲା । ଏନେଇ ଟ୍ରଷ୍ଟ ପକ୍ଷରୁ ବାରଣାସୀ କମିଶନରେଟର ସାଇବର ସେଲକୁ ସୂଚନା ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପୋଲିସର ସାଇବର ସେଲର ବିଶେଷଜ୍ଞଙ୍କ ସହାୟତାରେ ପେଜକୁ ରିକଭର କରାଯାଇଥିଲା ।
Related Stories
November 21, 2024