
ଗୌହାଟୀ, ଲୋକସଭା ନିର୍ବାଚନ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର୍ ଧରିଛି । ବିଭିନ୍ନ ଦଳର ନେତାଙ୍କ ରାଲି, ରୋଡ଼ ସୋ ଏବଂ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପ୍ରେଲ ୧୭ ତାରିଖରେ ଆସାମ ଗସ୍ତରେ ଆସିବେ । ଏହା ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅପ୍ରେଲ ୭ ତାରିଖ ଓ ୮ ତାରିଖରେ ଆସାମରେ ଜନସଭା କରିବେ ।
ଆସାମ ସରକାରର ମନ୍ତ୍ରୀ ଜୟନ୍ତ ମଲ୍ଲବରୁବା ଶୁକ୍ରବାର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନଲବାଡିରେ ଏକ ଜନସଭାକୁ ସମ୍ବୋଧନ କରିବେ । ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହା ବ୍ୟତୀତ ଅପ୍ରେଲ ୭ ତାରିଖ ଓ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦ୍ଵିବସୀୟ ଗସ୍ତରେ ଆସାମରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କେତେକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।