
ବଲାଙ୍ଗିର,କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ । ଗତକଳି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି କଂଗ୍ରେସ ଦଳ ଛାଡ଼ି ଥିବା ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ ଗତକଲି ଅପରାହ୍ନରେ ଏ ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । କଂଗ୍ରେସ ଛାଡ଼ିଲା ପରେ ଆଉ କୌଣସି ଦଳକୁ ଯିବା ସମ୍ପର୍କରେ ପ୍ରଶ୍ନରେ ରାଜନୀତି ଛାଡ଼ି ମୁଁ ଏବେ ଦେଓଗାଁ ଚିନିକଳର ପୁନଃଉଦ୍ଧାର କାର୍ଯ୍ୟ ଉପରେ ଧ୍ୟାନ ଦେଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଗକୁ ଏହା ଉପରେ ସଂପୂର୍ଣ୍ଣ ସମୟ ଦେଇ ପୁରାପୁରି ବ୍ୟବସାୟ ଭିତ୍ତିରେ ଚିନିକଳ ଉପରେ ସମୟ ଦେବେ । ଶ୍ରୀ ବାବୁ କହିଛନ୍ତି ଯେ, ୩ ମାସ ହେଲା ମୁଁ ରାଜନୀତି ଜଗତରେ ସକ୍ରିୟ ନଥିଲି, ଭିତରେ ଭିତରେ ଚିନିକଳ ପୁନଃଉଦ୍ଧାର ପାଇଁ କାମ କରୁଥିଲି । ଯଦିବି କଂଗ୍ରେସ ପକ୍ଷରୁ ମତେ ଟିଟିଲାଗଡ଼ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ଅଫର୍ ଦିଆଯାଇଥିଲା, ତଥାପି ମୁଁ ମନା କରିଛି ବୋଲି ମଧ୍ୟ ସେ ଏଠାରେ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ବିଚାରଧାରା ରୁ ଦୂରେଇ ଯାଉଥିବା ଯୋଗୁଁ ସେ ଆନୁଷ୍ଠାନିକ ଭାବରେ କଂଗ୍ରେସ ଦଳ ସହ ସମ୍ପର୍କ ଛିନ୍ନ କରିବା ପରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟ କାରିଣୀ ଅଧ୍ୟକ୍ଷ ସହିତ ପିଇସି ପିଏସି ଓ ମେନିଫଷ୍ଟୋ କମିଟି ର ସଦସ୍ୟ ଥିଲେ, ଏଥିପାଇଁ ତାଙ୍କର ସ୍ପିସିମେନ ଦଳୀୟ ବିଭିନ୍ନ କାମ ରେ ବ୍ୟବହୃତ ହେଉଥିଲା। ଦଳର ବିଭିନ୍ନ ପଦପଦବୀ ଛାଡ଼ିଲା ପାରେ ଆଉ ତାହା ବ୍ୟବହାର ନକରିବା କୁ ଅନୁରୋଧ କରିଛନ୍ତି।