-
କଳାହାଣ୍ଡି ଜିଲ୍ଲାର କୋକସରାରେ ସର୍ବାଧିକ ୩୫.୦ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କଳାହାଣ୍ଡି ଜିଲ୍ଲାର କୋକସରାରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲାର କଲମପୁରରେ ୨୫.୦ ମି.ମି., ଥୁଆମୂଳ ରାମପୁରରେ ୧୫.୦, ରାୟଗଡ଼ା ଜିଲ୍ଲାର କାଶୀପୁରରେ ୪.୫, ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୩.୦ ଏବଂ ଝରିଗାଁରେ ୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।