ଭୁବନେଶ୍ୱର, ରଣପୁର ପ୍ରଜା ଆନ୍ଦୋଳନର ଦୁଇ ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶହୀଦ ରଘୁ- ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ସହଯୋଗରେ ଅପ୍ରେଲ ୪ ତାରିଖରେ ପାଳନ କରାଯିବ । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ସଂହିତା ପାଳନପୂର୍ବକ ଏହି ଦୁଇ ବରପୁତ୍ରଙ୍କ ଶହୀଦ ଦିବସ ପାଳନ କରିବାକୁ ନିଷ୍ପତି ହୋଇଛି ।
ସକାଳ ୮ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱର ୟୁନିଟ୍-୯ ରୋଡ଼୍ ନଂ-୩ସ୍ଥିତ ରଘୁ-ଦିବାକରଙ୍କ ଆବକ୍ଷ ପ୍ରତିମୂର୍ତିରେ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଦୁଇ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ସନ୍ଧ୍ୟାରେ ଜୟଦେବ ଭବନଠାରେ ସାଧାରଣ ସଭା ଅନୁଷ୍ଠିତ ହେବ ।