ଭୁବନେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁତ୍ର ଶିଶିର ଗମାଙ୍ଗ କଂଗ୍ରେସରେ ଡିଲ୍ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ।
କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଡିଲ୍ ଚାଲିଛି । ପରିବାରର କାହାକୁ ଟିକେଟ ନ ମିଳିବା ଆଘାତ ଦେଇଛି ବୋଲି ସେ କହିଛନ୍ତି ।
ପରିବାରର ଜଣଙ୍କୁ ଟିକେଟ ମିଳିବା ନେଇ ଶରତଙ୍କ ମନ୍ତବ୍ୟକୁ ସେ ସମାଲୋଚନା କରିଛନ୍ତି । ସେ ଭୁଜବଳ ମାଝୀଙ୍କ ପରିବାରରୁ ଏକାଧିକଙ୍କୁ କିଭଳି ଟିକେଟ ମିଳିଛି ପ୍ରଶ୍ନ କରିଛନ୍ତି ।