କୋଲକାତା, ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର 4 ବିଜେପି ନେତାଙ୍କ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିରେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତମଲୁକରୁ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ, ବେରକପୁରରୁ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ, ବିଜେପି ଜିଲ୍ଲା ମହାସଚିବ ଅଭିଜିତ ବର୍ମନ ଓ କୁଚବିହାର ବିଜେପିର କାର୍ଯ୍ୟକାରୀ ସଦସ୍ୟ ତାପସ ଦାସ ସାମିଲ ଅଛନ୍ତି ।
ଲୋକସଭା ନିର୍ବାଚନରୁ ଠିକ୍ ମାସକ ପୂର୍ବରୁ ଅଭିଜିତ ଓ ଅର୍ଜୁନ ବିଜେପିରେ ସାମିଲ ହୋଇଥିଲେ । ଅଭିଜିତଙ୍କୁ କେନ୍ଦ୍ର ପକ୍ଷରୁ ୱାଇ ଶ୍ରେଣୀ ସୁରକ୍ଷା ଦିଆଯାଇଥିବା ବେଳେ ଅର୍ଜୁନଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି ।