ଅନନ୍ତନାଗ, ଭାରତୀୟ ବାୟୁସେନା ମଙ୍ଗଳବାର ଭୋରରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜାବିହଡା ଅଂଚଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର 3.5 କିଲୋମିଟର ଲମ୍ବ ଜରୁରୀକାଳୀନ ଏୟାରଷ୍ଟ୍ରିପର ପରୀକ୍ଷଣ କରିଛି ।
ଅଧିକାରୀମାନେ କହିଛନ୍ତି ଯେ, ଭାରତୀୟ ବାୟୁସେନା ମଙ୍ଗଳବାର ଭୋର ପୂର୍ବରୁ ଏୟାରଷ୍ଟ୍ରିପରେ ଅତିକମରେ 9ଟି ଟ୍ରାଏଲ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ପ୍ରାୟ 3.45 ମିନିଟରେ ଆରମ୍ଭ ହୋଇ ସାଢେ 4ଟାରେ ଶେଷ ହୋଇଥିଲା । ପରୀକ୍ଷଣ ସମୟରେ ଯାତାୟତକୁ ବୈକଳ୍ପିକ ମାର୍ଗରେ ପରିବର୍ତ୍ତନ କରାଯାଇଥିଲା । ଷ୍ଟ୍ରିପର ଦୁଇଟି ମୁଣ୍ଡରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜରୁରୀକାଳୀନ ଲ୍ୟାଣ୍ଡିଂ ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା । ଯେଉଁଥିପାଇଁ ଚିନୁକ ହେଲିକପ୍ଟର ବ୍ୟବହାର କରାଯାଇଥିଲା ।