ଭୁବନେଶ୍ୱର,ଓଡ଼ିଆ ସୋସାଇଟି ଆମେରିକାର କେନ୍ଦ୍ରୀୟ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ମିଶ୍ର ଆଜି ଆଇଟିଆଇ ଭୁବନେଶ୍ୱର ପରିଦର୍ଶନ କରି ଏହାର ଉଚ୍ଚକୋଟିର କାର୍ଯ୍ୟାବଳୀର ପାରଦର୍ଶୀତା ଉପରେ ଟିପଣି ପ୍ରଦାନ କରିଛନ୍ତି ।
ସେ ଭୁବନେଶ୍ୱରସ୍ଥ ଏହି ଉଦ୍ୟୋଗର ଶିକ୍ଷାର୍ଥୀମାନଙ୍କ ଉଚ୍ଚକୋଟିର ଦକ୍ଷତା,ଶିକ୍ଷା ନିପୁଣତା ଓ ଅନୁସନ୍ଧାନଗତ ଯୋଗ୍ୟତାର ଭୁରି ଭୁରି ପ୍ରଶଂସା କରିଥିଲେ ।ଅନୁଷ୍ଠାନର ଏହି ଶିକ୍ଷାକୁ ପାଥେୟ କରି ଛାତ୍ରମାନେ ନିଶ୍ଚିନ୍ତ ଭାବେ ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଆମେରିକା କେନ୍ଦ୍ରୀୟ କୋଷାଧ୍ୟକ୍ଷ ଆଲୋକପାତ କରିଥିଲେ । ଆଇ ଟି ଆଇ ଭୁବନେଶ୍ୱରର ଏହି ଅନୁଷ୍ଠାନର ପ୍ରଚେଷ୍ଟା ଓ ବଳିଷ୍ଠ ଶିକ୍ଷାଦାନ ଭବିଷ୍ୟତରେ ଆଗାମୀ ପିଢ଼ି ପାଇଁ ନିଶ୍ଚୟ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ମିଶ୍ର ମନ୍ତବ୍ୟ ଦେଇଥିଲେ ।