
ରାଉରକେଲା, ସୁନ୍ଦରଗଡ ଜିଲ୍ଲାରେ ପ୍ରତିଦିନ ତାତି ବଢୁଥିବା ବେଳେ, ମାର୍ଚ୍ଚ ଶେଷ ସୁଦ୍ଧା ୪୦ ଡିଗ୍ରୀରେ ଉତାପ ରହିଥିବା ଦେଖାଯାଇଛି, ଏତିକି ବେଳେ ରାଜ୍ୟ ସରକାର ପ୍ରତି ବର୍ଷ ଯେଉଁଭଳି ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷକମାନେ କିଭଳି କେତେ ସମୟ ପିଲାଙ୍କୁ ଏହି ଖରା ସମୟରେ ପଢାଇବେ, ବିଦ୍ୟାଳୟ କେତେ ସମୟ ଖୋଲା ରହିବ ଚଳିତ ବର୍ଷ ସେ ନିର୍ଦ୍ଦେଶନାମାରେ କୌଣସି ପରିବର୍ତନ କରାଯାଇଥିବା ବେଳେ ୧ ଘଂଟା ବିଳମ୍ବରେ ଅର୍ଥାତ ୧୧ଟା ୩୦ରେ ବିଦ୍ୟାଳୟ ବନ୍ଦ ହେବା ଭଳି ଯେଉଁ ଅଦୃଶ୍ୟ ନିର୍ଦ୍ଦେଶ ନାମାରେ ସରକାରୀ ବିଦ୍ୟାଳୟ ଗୁଡିକ ଚାଲିଛି ଓ ତାକୁ ଜିଲ୍ଲା ଅଧିକାରୀ ସମର୍ଥନ କରୁଛନ୍ତି ଏଥିଲାଗି ଆଗାମୀ ଦିନରେ ଉଭୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଅଂଶୁଘାତରେ ଶିକାର ହେବା ଲାଗି ଏହା ଏକ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଅଭିଭାବକ ଓ ସାଧରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତି ବର୍ଷ ଖରା ପୂର୍ବରୁ ସରକାର ଜିଲ୍ଲା ଗୁଡିକର ଜିଲ୍ଲାପାଳ ଓ ପାଣିପାଗକୁ ଦେଖି ସକାଳୁ ବିଦ୍ୟାଳୟ ଖୋଲାଯାଇ ପିଲାମାନଙ୍କୁ ଦିନ ୧୦ଟା ୩୦ରେ ଛୁଟୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ, ଏହାଛଡା ବିଦ୍ୟାଳୟ ଗୁଡିକରେ ପାଣି, ଓଆରଏସ, ଗ୍ଲୁକୋଜ ରଖି ସକାଳ ୬ଟା ୩୦ ରୁ ୧୦ଟା ୩୦ ଯାଏ ବିଦ୍ୟାଳୟ ଖୋଲା କରିବାକୁ କୁହାଯାଇଥାଏ । ହେଲେ ଚଳିତ ବର୍ଷ ସରକାରଙ୍କର ସେହି ନିର୍ଦ୍ଦେଶନାମା ବଳବତର ଥିବା ସହ ଆବାସୀକ ବିଦ୍ୟାଳୟ ସହ ସମସ୍ତ ଶିକ୍ଷାନୁଷ୍ଠନ ମାନେ ଏସବୁକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚଳିତ ବର୍ଷ ସରକାରଙ୍କର ଶିକ୍ଷା ବିଭାଗର ଚିଠି ନମ୍ବର ୭୦୩୧ ତା ୩୦/୩/୨୦୨୪ରେ ଷ୍ପଷ୍ଟ କରିଦିଆଯାଇଛି । ଏହାକୁ ମାନି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରୁ ସମସ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ନିର୍ଦେଶ ଦିଆସରିଛି ବୋଲି ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଚିଠି ନମ୍ବର ୩୭୯ ତା ୧/୪/୨୪ରୁ ଜଣାପଡିଛି । ଉଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ମାନେ ଏଭଳି ସରକାରୀ ଆଦେଶକୁ ମାନୁ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ତାହାର ଅମାନ୍ୟ ହେଉଛି । ସକାଳ ୬ଟା ୩୦ ରୁ ପିଲା ଓ ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବା ସହ ୧୧ଟା ୩୦ ରୁ ୧୨ଟାରେ ବିଦ୍ୟାଳୟରୁ ଛୁଟୀ ହୋଇ ଫେରୁଛନ୍ତି । ଏଭଳି କାରବାର ଖାଲି ରାଉରକେଲା ନୁହେଁ କିମ୍ବା ସୁନ୍ଦରଗଡରେ ଅବା ରାଜାଗାଙ୍ଗପୁରରେ ନୁହେଁ ଏହା ସମସ୍ତ ଜିଲ୍ଲାରେ ଚାଲିଛି।
ଜିଲ୍ଲାପାଳ ମାନେ ଏହି ବିଭାଗକୁ ସଠିକ ଭାବେ ଆଜିଯାଏ ଦେଖି ନପାରି ଡିଇଓ ମାନଙ୍କ ଉପରେ ସବୁକିଛି ଅନ୍ଧ ଭାବେ ଛାଡି ଦେଉଥିବାରୁ ଜିଲ୍ଲାରେ ଏଭଳି ଅଦୃଶ୍ୟ ଆଦେଶ ନାମା ଜାରୀ ହେବା ସହ ସରକାରୀ ବିଦ୍ୟାଳୟ ସମେତ ବେସରକାରୀ ବିଦ୍ୟାଳୟର ପିଲା ମାନଙ୍କୁ ବିପଦ ଭିତରକୁ ଠେଲି ଦେବାର ବ୍ୟବସ୍ଥା କରାଯାଇଛି ଓ ନିଜର ପାରିବା ପଣିଆ ଦେଖାଇବାକୁ ଯୋଜନା କରାଯାଇଛି ବୋଲି ଅଭିଯୋଗ ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।