
ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ସ୍ଵାଇଁସାହି ଗ୍ରାମରେ ସୋମବାର ଦିନ ଅଘଟଣ ଘଟିଥିଲା । ବ୍ରାହ୍ମଣୀ ଶାଖା ନଦୀ କେଲୁଅ ନଦୀରେ ସାଢେ ଗୋଟେ ସମୟରେ ଗାଧୋଇବା ସମୟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ତେବେ ଘଟଣା ଘଟିବାର ୨୪ ଘଂଟା ପରେ ଆଜି ପୂର୍ବାହ୍ନରେ ଅଗ୍ନୀଶମ ବାହିନୀ ନିଖୋଜ ଯୁବକଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତ ଯୁବକ ହେଲେ ସ୍ଵାଇଁସାହି ଗ୍ରାମର ନନ୍ଦ ବିଶ୍ଵାଳଙ୍କ ବଡ ପୁଅ ରାହୁଲ (୨୨) ବୋଲି ଜଣାପଡିଥିଲା । ଅନ୍ୟପକ୍ଷରେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପଂହଚି ମୃତଦେହକୁ ଜବତ କରବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପରେ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି । ମୃତଦେହ ଉଦ୍ଧାର ହେବା ପରେ ଗ୍ରାମରେ ଶୋକରଛାୟା ଖେଳି ଯାଇଥିଲା ।
ସୂଚନା ଥାକଉକି, ସେମାବାର ଦିନ ସାଢେ ଗୋଟେ ସମୟରେ ରାହୁଲ କିଛି ସାଂଗମାନଙ୍କ ସହ ଗାଁ ନିକଟରେ ଥିବା କେଲୁଅ ନଦୀର ମଙ୍ଗଳା ଘାଟ ଛନ୍ଦାକୁ ଗାଧୋଇବାକୁ ଯାଇଥିଲେ । ନଦୀ କୂଳରେ ରାହୁଲ ଓ ଭିକାରୀ ଦାସଙ୍କ ପୁଅ ପିତାମ୍ବରଙ୍କ ସହ ଅନ୍ୟ ଏକ ଛନ୍ଦାକୁ ଗାଧୋଇବାକୁ ଯାଇଥିଲେ । ପାଣି ଭିତରେ ପିତାମ୍ବର ରାହୁଲଙ୍କ ସହ ମଜାକ କରିଥିଲେ । ସେହି ସମୟରେ ରାହୁଲଙ୍କ ପ୍ରଥମେ ପାଣି ଗଣ୍ଡରେ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଯାଇ ପିତାମ୍ବର ପାଣିରେ ବୁଡିବା ଆରମ୍ଭ କରିଥିଲେ । ପାଖ ଛନ୍ଦାରେ ଥିବା ଲୋକେ ଦେଖି ପିତାମ୍ବରକୁ ଉଦ୍ଧାର କରିଥିଲେ । ତେବେ ବହୁ ଖୋଜାକୋଜି କରି ରାହୁଲଙ୍କୁ ପାଣି ଭିତରୁ ପାଇ ନ ଥିଲେ । ଫଳରେ ଏହି ଖବର ଗ୍ରାମବାସୀଙ୍କୁ ଦିଆଯାଇଥିଲା । ଗ୍ରାମବାସୀ ନଦୀ ଭିତରେ ପଶି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଏନେଇ ଅଗ୍ନୀଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ରସୁଲପୁର ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ରାହୁଲଙ୍କ ସନ୍ଧାନ ପାଇ ନ ଥିଲେ । ଆଜି ଅପରାହ୍ନରେ ଖୋଜାଖୋଜି ପରେ ପାଣିରୁ ମୃତଦେହ ଉଦ୍ଧାର ହୋଇଥିଲା ।