ଭୁବନେଶ୍ୱର– ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି , ସିଏଚସିରେ ୨ଟି, ପିଏଚସିରେ ଗୋଟିଏ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକୀୟ ଔଷଧ ସହ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ୍ ରଖାଯିବ । ସେହିପରି ଡାକ୍ତରଖାନାରେ ୨୪ ଘଂଟା ଯେପରି ଡାକ୍ତର ଡ୍ୟୁଟିରେ ରହିବା ସହ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
Related Stories
November 22, 2024