ଭୁବନେଶ୍ଵର,ସମ୍ପ୍ରତି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୩୦ ଡ଼ିଗ୍ରୀ ଉପରେ ରେକର୍ଡ଼ ହୋଇଛି । କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୭ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ଭୁବନେଶ୍ୱରରେ ୩୬.୪ ଡ଼ିଗ୍ରୀ, ବାଲେଶ୍ୱର ୩୬.୪ ଡ଼ିଗ୍ରୀ, ଝାରସୁଗୁଡା ୩୬.୪ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୨ ଡ଼ିଗ୍ରୀ, ସମ୍ବଲପୁର: ୩୬ ଡ଼ିଗ୍ରୀ, ହୀରାକୁଦ: ୩୫.୪ ଡ଼ିଗ୍ରୀ, ରାଉରକେଲା: ୩୫.୨ ଡ଼ିଗ୍ରୀ, ପୁରୀ: ୩୨.୮ ଡ଼ିଗ୍ରୀ, ପାରାଦୀପ : ୩୧.୨ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୦.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।