
ଭୁବନେଶ୍ୱର,ଓଡ଼ିଶାର ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜି ରହିଛନ୍ତି । କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଜିଲ୍ଲା ଏସପି ସୁଧାଂଶୁଶେଖର ମିଶ୍ର, ବ୍ରହ୍ମପୁର ଏସପି ସରବଣା ବିବେକ ଏମ୍, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ୍, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଡିସିପି କୱଁର ବିଶାଲ ସିଂହ ଏବଂ କେନ୍ଦ୍ରାଂଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ କୁହାଯାଇଛି ।