
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ହାଟପଦା ପଡ଼ା ଠାରେ ଥିବା ଚେକଡ଼୍ୟାମ୍ ରେ ଆଜି ମଧ୍ୟାହ୍ନରେ ଏକ ଜିପ୍ ଭାରସାମ୍ୟ ହରାଇ ଖସିପଡିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡ଼ିର ଡ଼୍ରାଇଭର ପହଁରି ପହଁରି କୂଳକୁ ଆସି ଜୀବନ ବଂଚାଇ ଥିବା ବେଳେ ଗାଡ଼ିରେ ଆଉ କେହି ନଥିବା ଜଣାପଡିଛି । ଡ଼୍ରାଇଭରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।
ଜିପ୍ ଟି ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଚେକଡ୍ୟାମ୍ ବ୍ରିଜରୁ ୩୦ ଫୁଟ୍ ତଳକୁ ଖସି ପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗାଡିଟିକୁ ପାଣିରୁ ଉଦ୍ଧାର କରିଥିଲେ ।