କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ (ଘୋଡ଼ା ବଜାର),ପୁରୀ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏହି ପବିତ୍ର ଦିନରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ଓ ଲେଖକ ଡଃ ହେମନ୍ତ କୁମାର ଛୋଟରାୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହିତ ଯୁଗଜନ୍ମା ଉତ୍କଳ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ l ପାରମ୍ପରିକ ପ୍ରାର୍ଥନା ଓ ବନ୍ଦନା ପରେ ଶିଶୁ ମାନଙ୍କ ପ୍ରାରମ୍ଭିକ ସାମୂହିକ ସଙ୍ଗୀତ ଗାନ କରାଯାଇଥିଲା l ବନ୍ଦେ ଉତ୍କଳ1ଜନନୀ ସଙ୍ଗୀତର ତାଳେ ତାଳେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା ।ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ କିଛି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ମହୋଦୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଯେଉଁ ମହାପୁରୁଷ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ସେମାନଙ୍କ ଗୁଣଗାନ ସହ ଉତ୍କଳର ପରମ୍ପରା ,ମର୍ଯ୍ୟାଦା ଓ ଗାରିମା ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କରିଥିଲେ।ଶେଷରେ ଆଚାର୍ଯ୍ୟ ପ୍ରଶାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 22, 2024