କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଭାଷା ଭିତ୍ତିରେ ୧୯୩୬ ମସିହା ଏପ୍ରିଲ ୧ ରିଖରେ ଆମ ରାଜ୍ୟ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା।ଉତ୍କୃଷ୍ଟ କଳା,ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଆମ ଓଡିଶା। ଏହାର ଗୌରବ ଅକ୍ଷୂର୍ଣ୍ଣ ରଖିବା ଆମ ସମସ୍ତ ଙ୍କର କର୍ତ୍ତବ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ କହିଛନ୍ତି।ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ୮୯ ତମ ଓଡ଼ିଶା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ, ଶ୍ରୀଜୀଉ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ବରପୁତ୍ର ମାନଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି ସମାରୋହର ଉଦଘାଟନ କରିଥିଲେ। ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା,ଉତ୍କଳ ଗୌରବ ମଧୁସୂଦନ, ବ୍ୟାସକବି ଫକୀରମୋହନ, କର୍ମବୀର ଗୌରୀଶଙ୍କର,ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ପ୍ରଭୃତି ମନିଷୀ ମାନଙ୍କ ଅବଦାନ ଓ ସଂଗ୍ରାମ ଅବର୍ଣ୍ଣନୀୟ।ଓଡ଼ିଶାର ମନ୍ଦିର ମାଳିନୀ, ପର୍ଯ୍ୟଟନ, କଳା,ସଂସ୍କୃତି, ପର୍ବପର୍ବାଣି ବିଶ୍ୱରେ ସୁନାମ ଅର୍ଜନ କରିଛି ବୋଲି ଶ୍ରୀ ନାୟକ କହିବା ସହ ଅନ୍ୟ ଭାଷା ପ୍ରତି ଅନୁରକ୍ତି ରହିଲେ ମଧ୍ୟ ଆମ ମାତୃଭାଷା ଓଡିଶା ଭାଷା କୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କହିଥିଲେ।ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଭାଷା ଭିତ୍ତିରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇବା ଏକ ବିରାଟ ଉପଲବ୍ଧି ।ଭାଷାର ସମୃଦ୍ଧି ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱତନ୍ତ୍ର ଓଡିଶା ଗଠନର ଇତିହାସ,ଓଡିଶା ର ଐତିହ୍ୟ, ମହାମନିଷୀ ମାନଙ୍କ ର ଅବଦାନ ଓ ଆଧୁନିକ ଓଡିଶା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ଦେଇ ଓଡିଆ ଭାଷା, ଓଡିଶା ର ଗାରିମା,ଐତିହ୍ୟ ଓ ଅସ୍ମିତା ସମ୍ପର୍କରେ ମତ ଦେଇ ପ୍ରାଚୀନ ଓଡ଼ିଶା,ସ୍ୱତନ୍ତ୍ର ଓଡିଶା ଓ ଆମ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଗୁରୁ ସତ୍ୟପ୍ରିୟ ମହାପାତ୍ର ଙ୍କ ସଂଯୋଜନା ରେ ସିଦ୍ଧ ମହାବୀର କଳା ପରିଷଦ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଓ ପରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୌରପାଳିକା, ବିଡ଼ିଓ ସଦର ଙ୍କ ସହଯୋଗ ରେ ମାଲ୍ୟାର୍ପଣ କରାଯାଇଥିଲା।ଅତିଥି ମାନେ ସିଂହଦ୍ବାର ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ନିର୍ବାଚନ ଆଚରଣ ବିଧିର ମାର୍ଗଦର୍ଶିକା ଆଧାର ରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିଲା। ଓଡିଶା ଦିବସ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଠିବା ପରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଥିଲା।ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଓ ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନା କରିଥିଲେ।
Related Stories
November 24, 2024
November 24, 2024