ଚମ୍ପୁଆ, ଚମ୍ପୁଆ ସଦର ମହକୁମା ଠାରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ଚମ୍ପୁଆ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରଥମେ ଗାନ୍ଧୀ ଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଚମ୍ପୁଆ କୋର୍ଟ ପରିସରରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁ ବାବୁଙ୍କ ଓ ପରେ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜ୍ବଳନ କରାଯିବା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ର କାର୍ଯ୍ୟକାରୀ ଅଧିକାରୀ ବିଜୟ କୁମାର ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ରାଜସ୍ବ ଅଧିକାରୀ ଫୁଲରାଇ ବେସ୍ରା, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ, ବରିଷ୍ଠ ସାମ୍ବାଦିକ ରଞ୍ଜନ ପ୍ରଧାନ, ପ୍ରଦୀପ ପ୍ରଧାନଙ୍କ ସମେତ ସ୍ଥାନୀୟ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ସେହିପରି ଚମ୍ପୁଆ ଓକିଲ ସଂଘ ପକ୍ଷରୁ ସଂଘ ସଭାପତି ହରେକୃଷ୍ଣ ମିଶ୍ରଙ୍କ ତତ୍ୱାବଧାନରେ କୋର୍ଟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ସମ୍ମାନ ଜଣାଇ ନିରାଡମ୍ବର ଭାବେ ଉତ୍କଳ ଦିବସ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସମ୍ପାଦକ ରଘୁନାଥ ମହାକୁଡ଼, ସହ ସମ୍ପାଦକ ଜ୍ୟୋସ୍ନା ରାଣୀ ମହାନ୍ତ, ଆଇନଜୀବି ରମେଶ ପ୍ରଧାନ, ଅରୁଣ ପତି, ପ୍ରିୟନାଥ ପତି, ଗଜେନ୍ଦ୍ର ନାଏକ ପ୍ରମୁଖଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ।