ଭୁବନେଶ୍ୱର, ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଓଡ଼ିଶା ସରକାର ଠୋସ୍ ପଦକ୍ଷେପ ନ ନେବା ଚିନ୍ତାଜନକ । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିଜ ଭାଷା ପରିବର୍ତ୍ତେ ତେଲୁଗୁ ଓ ଅନ୍ୟାନ୍ୟ ଭାଷାର ବହୁଳ ବ୍ୟବହାର କରୁଛନ୍ତି । ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ । ଓଡ଼ିଆ ଭାଷାର ବିକାଶ ଓ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ୍ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ତତ୍ପର, ଏହା ସ୍କୁଲ ତଥା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖାଲି ପଡିଥିବା ପ୍ରାଧ୍ୟାପକଙ୍କ ପଦବୀରୁ ସ୍ପଷ୍ଟ । ସରକାରୀ କାର୍ଯ୍ୟାଳୟରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଏହାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରାଯାଉନାହିଁ । ମାତୃଭାଷାକୁ ସୁରକ୍ଷା ନ ଦେଲେ ଓଡ଼ିଆ ଜାତିର ପ୍ରଗତି ହୋଇପାରିବ ନାହିଁ ।
Related Stories
November 21, 2024
November 21, 2024