ନୂଆଦିଲ୍ଲୀ,ଏପ୍ରିଲ 1ରୁ ଆର୍ଥିକ ବର୍ଷ 2024-25 ଆରମ୍ଭ ହୋଇଛି । ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ସୋମବାର 19କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ଦାମରେ ପ୍ରତି ସିଲିଣ୍ଡର ପିଛା 32ଟଙ୍କା ହ୍ରାସ କରିଛନ୍ତି । ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ କମର୍ସିଆଲ ଗ୍ୟାସ ଦାମରେ କରାଯାଇଥିବା ହ୍ରାସ ପରେ ଦିଲ୍ଲୀରେ ଏହାର ମୂଲ୍ୟ 30.50 ଟଙ୍କା ହ୍ରାସ ପାଇ 1764.50 ଟଙ୍କା ହୋଇଛି, ଯାହାକି ପୂର୍ବରୁ 1795 ଟଙ୍କା ଥିଲା । କୋଲକତାରେ କମର୍ସିଆଲ ସିଲିଣ୍ଡର ଦାମ 32ଟଙ୍କା ହ୍ରାସ ପାଇ 1879 ଟଙ୍କା ହୋଇଛି, ଯାହାକି ପୂର୍ବରୁ 1911 ଥିଲା । ମୁମ୍ବାଇରେ 31.50 ଟଙ୍କା ଶସ୍ତା ହୋଇ 1749 ଟଙ୍କା ହୋଇଛି ଯାହକି ପୂର୍ବରୁ 1717.50 ଟଙ୍କା ଥିଲା । ସେହିପରି ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡର 1930 ଟଙ୍କାରେ ମିଳୁଛି ।