
ଭୁବନେଶ୍ୱର, ବିଜେପିର ପ୍ରାର୍ଥୀ ଚୟନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି କହୁଛି ୧୪୭ ନିର୍ବାଚନୀ ମଣ୍ଡଳୀରେ ଲଢ଼ିବେ। କିନ୍ତୁ ସେମାନେ ୧୪୭ ପ୍ରାର୍ଥୀ ପାଉନାହାଁନ୍ତି। ଏହାହିଁ ସତ୍ୟ। ଲୋକସଭା ପ୍ରାର୍ଥି ବହୁତ ଦିନ ହେବ ଦେଇଥିଲେ ମଧ୍ୟ ଏତେଦିନ ହେଲାଣି କିନ୍ତୁ ବିଜେପି ତାର ଗୋଟିଏ ହେଲେ ବି ବିଧାୟକ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଯେଉଁମାନେ ଜନବିରୋଧୀ ଓ ଅପରାଧିକ କାର୍ଯ୍ୟ ଲିପ୍ତ ସେମାନଙ୍କୁ ପ୍ରାର୍ଥୀ କରୁଛନ୍ତି ବା କରିବାକୁ ଯାଉଛନ୍ତି। ତାଙ୍କ ଭାବନା ସ୍ଥିତି ଓ ଅସହାୟତାକୁ ଓଡ଼ିଶା ବାସି ଜାଣିଛନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର ।