
ନୂଆଦିଲ୍ଲୀ, ଭାରତ ପକ୍ଷରୁ କଚ୍ଚତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଦିଆଯିବା ପ୍ରସଙ୍ଗ ଲୋକସଭା ନିର୍ବାଚନ ବିଶେଷ କରି ତାମିଲନାଡୁର ରାଜନୀତି ସରଗରମ କରିଛି । ରାମେଶ୍ୱର ଓ ଶ୍ରୀଲଙ୍କ ମଧ୍ୟରେ ଥିବା ଏହି ଦ୍ୱୀପକୁ ଇନ୍ଦିରା ଗାନ୍ଧି ସରକାର ଶ୍ରୀଲଙ୍କାକୁ ଦେଇଦେଇଥିଲେ । ଏକ ଆରଟିଆଇରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରସଙ୍ଗ ପୁଣି ଥରେ ହେଡଲାଇନ୍ସରେ ଅଛି । ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ଖବର ସେୟାର କରି କଂଗ୍ରେସ ଉପରେ ନିଶାନା ସାଧି କହିଛନ୍ତି ଯେ, କଂଗ୍ରେସ ଭରସାଯୋଗ୍ୟ ନୁହେଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆଖି ଖୋଲିଦେବା ଓ ଚମକାଇ ଦେବା ଭଳି ଅଟେ । ନୂଆ ତଥ୍ୟରୁ ଜଣାପଡିଛି ଯେ, କିଭଳି କଂଗ୍ରେସ ଖାମଖିଆଲି କରି କଚ୍ଚତିଭୁ ଛାଡି ଦେଇଥିଲା । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ରାଗିଛନ୍ତି ଏବଂ ଏହା ଲୋକଙ୍କ ମନରେ ରହିଛି ଯେ ଆମେ କଂଗ୍ରେସ ଉପରେ କେବେବି ବିଶ୍ୱାସ କରିପାରିବୁ ନାହିଁ! ଭାରତର ଏକତା, ଅଖଣ୍ଡତା ଏବଂ ସ୍ୱାର୍ଥକୁ କ୍ଷୁର୍ଣ୍ଣ କରିବା 75 ବର୍ଷ ଧରି କଂଗ୍ରେସର କାମ କରିବା ତରିକା ବୋଲି ପିଏମ କହିଛନ୍ତି ।