କୋଲକାତା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଲୋକସଭା ନିର୍ବାଚନ ପ୍ରଚାରର ଆରମ୍ଭ କରିଛନ୍ତି । କୃଷ୍ଣାନଗରରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତଥା ଲାଂଚ ନେଇ ସଂସଦରେ ପ୍ରଶ୍ନ ପଚାରିବା କାରଣରୁ ବରଖାସ୍ତ ହୋଇଥିବା ନେତା ମହୁଆ ମିତ୍ରଙ୍କ ପାଇଁ ମମତା ବାନାର୍ଜୀ ଧୁବୁଲିଆରେ ସଭା କରିଛନ୍ତି । ଏଠାରୁ ମମତା କହିଛନ୍ତି, ଯଦି ଇଡି କିମ୍ବା ସିବିଆଇ ଡାକେ, ତେବେ ଏବେ ଯିବାର ଆବଶ୍ୟକତା ନାହିଁ । ଭୋଟ ଶେଷ ହେବା ପରେ ଯାଆନ୍ତୁ । ମମତା ଏଠାରେ ପ୍ରାୟ 45ମିନିଟ ଧରି ଭାଷଣ ଦେଇଥିଲେ । ସେ କହିଛନ୍ତି ଏତେ ଡରିବାର ଆବଶ୍ୟକତା ନାହିଁ । ଯଦି ଇଡି କିମ୍ବା ସିବିଆଇ କାହାକୁ ଚିଠି କରୁଛନ୍ତି, ତେବେ ଜବାବ ଦିଅନ୍ତୁ ଏବେ ମୁଁ ଭୋଟିଂରେ ବ୍ୟସ୍ତ ଅଛି । ମତଦାନ ପରେ ଦେଖିବା ।
Related Stories
November 21, 2024