ଭୁବନେଶ୍ୱର/କେନ୍ଦ୍ରାପଡା-ମଦ ବିରୋଧରେ ତାତିଲେ ମହିଳା । ପ୍ରତିବାଦରେ ଶତାଧିକ ମହିଳାଙ୍କ ରାସ୍ତା ଅବରୋଧ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳତରା ଗ୍ରାମରେ ଗାଁଠୁ ଆରମ୍ଭ କରି ବଜାରରେ ଚାଲିଛି ଚୋର ମଦ ବ୍ୟବସାୟ । ଯାହାର ପ୍ରତିବାଦରେ ୨୦ ନମ୍ବର ରାଜ୍ୟ ରାଜପଥ ଦେଉଳତରା ଛକ ନିକଟରେ ଶତାଧିକ ମହିଳା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଏହି ରାସ୍ତାରେ ଯାତାୟତ ଠପ୍ ହୋଇପଡିଥିଲା । ତେବେ ଚୋରା ମଦ ବ୍ୟବସାୟୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ମହିଳାଙ୍କୁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଛି ।
Related Stories
November 24, 2024
November 24, 2024