ଭୁବନେଶ୍ୱର- ପରିବେଶ, ପ୍ରବାସୀ ଓଡ଼ିଆ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ନେଇ କମିଟି ମାନ ଗଠନ କରାଯାଇଛି । ଏହି କମିଟିର ଦାୟୀତ୍ୱରେ ମୁଖ୍ୟମନ୍ତ୍ରୀ ଦଳର ବିଭିନ୍ନ ନେତା ମାନଙ୍କୁ ରଖିଛନ୍ତି ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏସବୁ କାର୍ଯ୍ୟକ୍ରମର ରୂପରେଖ ନେଇ ଆଲୋଚନା କରାଯାଇଥିଲା । ପ୍ରଥମ ପର୍ଯ୍ୟାରେ ୧ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ୍ କରିବା ପାଇଁ ନିଷ୍ପତି ହୋଇଛି । ଆଜିର ଏହି ବୈଠକରେ ତେକେକ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।