
ଭୁବନେଶ୍ୱର/କଟକ, ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ । ସକାଳ ୮ ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ। ବିଭିନ୍ନ ପଦ ପଦବୀ ପାଇଁ ସମୁଦାୟ ୫୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, ଯୁଗ୍ମ ସମ୍ପାଦକ ସହ ଅନନ୍ୟ ପଦବୀ ପାଇଁ ଚାଲିଛି ଭୋଟିଂ। ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ଓ ବାର୍ ଆସୋସିଏସନର ଥିବା ସଦସ୍ୟ ଦେଉଛନ୍ତି ଏହି ଭୋଟ।