
ଭୁବନେଶ୍ୱର/ବାରିପଦା, କାର ଧକ୍କାରେ ହୋମଗାର୍ଡ ଗୁରୁତର । ଝାରଖଣ୍ଡ ଅଭିମୁଖେ ଯାଉଥିବା ଏକ କାର ବାରିପଦା ବମ୍ବେ ଛକ ନିକଟରେ ହୋମଗାର୍ଡଙ୍କୁ ଧକ୍କା ଦେଇଛି ।
ସୂଚନା ଅନୁଯାଇ ଝାରଖଣ୍ଡ ନମ୍ବର କାରଟି ଜାତୀୟ ରାଜପଥ ୧୮ ନଂ ବାରିପଦା ପଟୁ ଆସି ଝାରଖଣ୍ଡ ଅଭିମୁଖେ ଯାଉଥିବା ବେଳେ ବମ୍ବେଛକ ବଜାର ଉପରେ ଥିବା ଅର୍ଦ୍ଧ ନିର୍ମିତ ଓଭର ବ୍ରିଜ ତଳେ ଭାରସାମ୍ୟ ହରାଇ ବମ୍ବେଛକ ବଜାରରେ ରାତି ଡ୍ୟୁଟିରେ ଥିବା ଗୃହରକ୍ଷୀ ଲିଟୁ ମହାନ୍ତଙ୍କୁ ଧକ୍କା ଦେଇଥିଲା । ଏହାପରେ ପାଖରେ ଥିବା ଦୋକାନ ଘର ଭିତରକୁ ପଶିଯାଇଥିଲା କାର । କାର ଧକ୍କାରେ ହୋମଗାର୍ଡ ଜଣକ ଗୁରୁତର ଆହତ ହୋଇଛନ୍ତି ।