 
                ଭୁବନେଶ୍ୱର- ଦେଶର ଷ୍ଟିଲ୍ ହବ୍ ହେବ ଓଡ଼ିଶା ବୋଲି ଦିନିକିଆ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତରରେ କହିଛନ୍ତି  । ସେ କହିଛନ୍ତି ଯେ, ଆମ ଦେଶରେ ସର୍ବାଧିକ ଦ୍ୱିତୀୟ ଇସ୍ପାତ ଉତ୍ପାଦନ ହେଉଛି  । ଆଗାମୀ ଦିନରେ ଇସ୍ପାତ ଓ ଖଣିଜନିତ ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ଏବଂ ଏନେଇ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ  ।
                            
                        
	                    
 
                    







