ଘଟଗାଁ, ଯୋଗ ଦ୍ଵାରା ରୋଗ ଏବଂ ମାନସିକ, ଶାରୀରିକ, ଆଧ୍ୟାତ୍ମିକ ବିକାଶ ହୋଇପାରିବ ବୋଲି ଅଖିଳ ଭୂମଣ୍ଡଳ ସର୍ବଶିରୋମଣୀ ମୁନି ସମାଜର ଓଡିଶା ପ୍ରାନ୍ତୀୟ ଅଧିବେଶନରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।
ଆନନ୍ଦପୁର ସ୍ଥିତ ପଦ୍ମପୁର ଠାରେ ଅନୁଷ୍ଠିତ ତିନି ଦିନ ଧରି କାର୍ଯ୍ୟକ୍ରମକୁ ଓଡିଶା ଅଧ୍ୟକ୍ଷ ଯେଗାଚାର୍ଯ୍ୟ ବ୍ରହ୍ମଜ୍ଞାନୀ ଲୋକନାଥ ମୁନି ସଂଯୋଜନା କରିଥିବା ବେଳେ ସର୍ବଭାରତୀୟ ମୁନିରାଜ୍ଞୀ ବିଶ୍ବ ମାଧୁରୀ ବେଦୀ ସହିତ ବହୁ ବରିଷ୍ଠ ମୁନି ସମାଜର ଦେବୀ, ପ୍ରହଲ୍ଲାଦ ମୁନୀ ଯୋଗଦେଇ ଥିଲେ । ଏହି ଉପଲକ୍ଷେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ମୁନି ମାନେ ଯୋଗଦେବା ସହିତ ମୁନି ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ମୁନି ସାମାଜ କେନ୍ଦୁଝରର ଅଧ୍ୟକ୍ଷ ଡଃ. ସତ୍ୟବ୍ରତ ସାହୁ, ଯୋଗାଚାର୍ଯ୍ୟ ଖିଲାର ମୁନି, ଯୋଗାଚାର୍ଯ୍ୟ ଦୁର୍ଗା ମୁନି, ମୁନି ସରୋଜ କୁମାର ସାହୁ, ଶିବ ମୁନି, ଯୋଗ ଶିକ୍ଷକ ଅର୍ଜୁନ ମୁନି, ଯୋଗି ସୁରେନ୍ଦ୍ରନାଥ ମୁନି, ଶତୁଘ୍ନ ସ୍ଵାଇଁ, ଯୋଗଶିକ୍ଷକ ଜଗମୋହନ ମୁନିଙ୍କ ସହ ମୁନିରାଜ୍ଞୀ ଆଶାଲତା, ମୁନିରାଜ୍ଞୀ ଇତିଶ୍ରୀ ନାହାକ, ମୁନି କୁମାରୀ ମାମାଲୀ ଉପସ୍ଥିତ ଥିବା ବେଳେ ୧୧ଟା ସମୟରେ ଅତିଥିମାନଙ୍କ ଦ୍ଵାରା ପତକା ଉତ୍ତୋଳନ କରାଯାଇଥିଲା ଓ ମୁନିମତି ମାନଙ୍କ ଦ୍ଵାରା ସଂଗୀତ ପରିବେଶଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ପୁର୍ଣ୍ଣଚନ୍ଦ୍ର ମୁନି, ଉଦ୍ଧବ ମୁନି, ମଧୁସୁଦନ ମୁନି, ନରହରୀ ମୁନି, ନିରାକାର ମୁନି, ମୁନି ମତି ମମତା, ମୁନି ମତି ମଞ୍ଜୁଲତା, ନାରାୟଣ ମୁନି, ବିଶ୍ଵନାଥ ମୁନି, ସନାତନ ମୁନି ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ ।